ଓଡିଶା

odisha

ମହାନଦୀରେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହୋଇଥିବା ବିଜେପିର ଅଭିଯୋଗ

By

Published : Aug 21, 2022, 3:53 PM IST

ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ (bjp targets bjd over flood management )। ସରକାରଙ୍କ ଅବହେଳା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବିଜେପି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

odisha bjp targets bjd over flood management
ମହାନଦୀରେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହୋଇଛି, ବିଜେପି

ଭୁବନେଶ୍ବର:ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି (bjp targets bjd over flood management) । ମହାନଦୀରେ ଆସିଥିବା ବନ୍ୟା ମନୁଷ୍ୟକୃତ ବୋଲି ଅଭିଯାଗ କରିଛି ବିଜେପି । ରାଜ୍ୟ ସରକାର ବନ୍ୟା ପରିଚାଳନାରେ ବିଫଳ ହୋଇଛନ୍ତି ଏବଂ ତାଙ୍କ ଅବହେଳା ଓ ଦାୟିତ୍ବ ହୀନତା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କହି ସାମ୍ବାଦିକ ସମ୍ମିଳନୀରେ (Odisha bjp press meet) ବିଜେଡି ସରକାର ଉପରେ ବର୍ଷିଛି ବିଜେପି ।

ମହାନଦୀରେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହୋଇଛି

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ (Bjp leader prithviraj harichandan targets BJD) କହିଛନ୍ତି, "ସରକାରଙ୍କ ଅବହେଳା ଯୋଗୁଁ ଗତ ୬ରୁ୭ ବର୍ଷ ହେବ ଛତିଶଗଡ଼ ସହ ସମନ୍ବୟ ବୈଠକ (coordination committee) ସଠିକ ଭାବରେ ହୋଇ ପାରୁନାହିଁ । ହୀରାକୁଦ ଜଳ ପରିଚଳନା ନେଇ ରୂଲ କର୍ଭ ନିୟମ ଉଲ୍ଲଘଂନ ଓ ବନ୍ଧବାଡ଼ର ସଠିକ ମରାମତି କରାନଯିବା କରଣରୁ ଏଭଳି ସ୍ଥିତି ସୃଷ୍ଟି ହେଲା । ଯାହା ଦ୍ବାରା ଧନ ଜୀବନ ନଷ୍ଟ ହେବାସହ ବ୍ୟାପକ ଫସଲ ହାନି ହୋଇଛି । ବନ୍ୟାରେ କଚ୍ଚା ଘର ବି ଅନେକ ଭାଙ୍ଗିଛି । ଏପରିକି ପ୍ରଶାସନ ପଲିଥିନ ଖଣ୍ଡିଏ ବି ଯୋଗାଇ ଦେଇନାହିଁ। ବନ୍ୟା ଆସିବାର 4 ଦିନ ପର୍ଯ୍ୟନ୍ତ ରିଲିଫ ଅପରେସନ ହେଲା ନାହିଁ । ରନ୍ଧା ଖାଦ୍ୟ କି ଶୁଖିଲା ଖାଦ୍ୟ ବି ଦିଆ ଯାଇନଥିଲା । ଲୋକଙ୍କୁ କେବଳ ଭଗବାନ ଭରଷା ରେ ଛାଡି ଦିଆଗଲା ।"

ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ସରକାର ଯେଉଁଭଳି ଭାବରେ ପରିଚାଳନା ଦାୟିତ୍ବ ନିଅନ୍ତି ତାହା ହେଲାନାହିଁ । ପ୍ରତିବର୍ଷ ବର୍ଷା ଦିନ ପୂର୍ବରୁ ନଦୀଗୁଡ଼ିକର ବନ୍ଧବାଡ଼ ମରାମତି କରିବାର ଆବଶ୍ୟକତା ଜଳସମ୍ପଦ ଏଡ଼ାଇ ଦେଇଛି । ଦାୟିତ୍ବହୀନ ସରକାର ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିରୋଧୀ ବିଜେପି ଅଭିଯୋଗ କରିଛି । ଏହାସହ ବନ୍ୟା ସ୍ଥିତି ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଏବଂ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details