ଓଡିଶା

odisha

ETV Bharat / city

ଓଡିଶାର ବିକାଶ ପଛରେ କେନ୍ଦ୍ର ସରକାର: ଡି ପୁରନ୍ଦେଶ୍ବରୀ - ଓଡିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କ ସାମ୍ବାଦିକ ସମ୍ମିଲନୀ

ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ଓଡିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କ ସାମ୍ବାଦିକ ସମ୍ମିଲନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ । ଶାସକ ଦଳର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଦୁର୍ନିତୀ ପ୍ରସଙ୍ଗକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ପାଖକୁ ନେଇକି ଯିବ ବିଜେପି । ଅଧିକ ପଢନ୍ତୁ

bjp press meet
ଓଡ଼ିଶାର ବିକାଶ ପଛରେ କେନ୍ଦ୍ର ସରକାର: ଡି ପୁରନ୍ଦେଶ୍ବରୀ

By

Published : Jan 28, 2022, 9:37 PM IST

ଭୁବନେଶ୍ବର: ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ଓଡିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କ ସାମ୍ବାଦିକ ସମ୍ମିଲନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ । ଶାସକ ଦଳର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଦୁର୍ନିତୀ ପ୍ରସଙ୍ଗକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ପାଖକୁ ନେଇକି ଯିବ ବିଜେପି ।

ତେବେ ଓଡିଶାରେ ଏବେ ଯେଉଁ ଭଳି ସ୍ଥିତି ରହିଛି । ଲୋକେ ପରିବର୍ତନ ଚାଁହୁଛନ୍ତି ବୋଲି ଓଡିଶା ପ୍ରଭାରୀ କହିଛନ୍ତି । ବହୁତ ଦିନ ଧରି ବିଜେଡି ସରକାର ରାଜ୍ୟରେ ଶାସନ କରୁଥିଲେ ମଧ୍ୟ ଲୋକଙ୍କ ଜୀବନ ଶୈଳୀରେ କୌଣଷି ପରିବର୍ତ୍ତନ ହୋଇନାହିଁ । ରାଜ୍ୟରେ ଏବେ ବି 30 ପ୍ରତିଶତ ଲୋକେ ଗରିବ ସୀମାରେଖା ତଳେ ରହିଛନ୍ତି । ସେହିପରି 14 ପ୍ରତିଶତ ଲୋକଙ୍କ ଘର ନାହିଁ । ପ୍ରଧାନମନ୍ତ୍ରୀ ଗରିବଙ୍କ ଲାଗି ଅନେକ ଯୋଜନା କରୁଛନ୍ତି ।

ଓଡ଼ିଶାର ବିକାଶ ପଛରେ କେନ୍ଦ୍ର ସରକାର: ଡି ପୁରନ୍ଦେଶ୍ବରୀ

ମାତ୍ର ଏହି ଯୋଜନା ଲୋକ ପାଇବା ପାଇଁ ଲୋକଙ୍କୁ ଅର୍ଥ ଦେବାକୁ ପଡୁଛି ବୋଲି ବିଜେପିର ଅଭିଯୋଗ । ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ପାଇଁ ମଧ୍ୟ ଅନ୍ୟ ରାଜ୍ୟ ଉପରେ ନିର୍ଭର ହେବାକୁ ପଡୁଛି । ଚାଷୀଙ୍କୁ ସବୁବେଳେ ଓଡ଼ିଶା ସରକାର ଅଣଦେଖା କରିଛନ୍ତି । କେବଳ ନିର୍ବାଚନ ଆସିଲେ ଚାଷୀଙ୍କ କଥା ମନେ ପଡୁଛି ବୋଲି ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ କହିଛନ୍ତି । ଏହାସହ ଓଡିଶା ଉପରେ 1ଶହ 25ଲକ୍ଷ କୋଟି ଟଙ୍କାର ଋଣ ରହିଛି । ଶାସକ ଦଳର ନେତା ଅନେକ ଭାଷ୍ଟ୍ରାଚାରରେ ଲିପ୍ତ ରହିଛନ୍ତି ।

ଓଡ଼ିଶାର ବିକାଶ ପଛରେ କେନ୍ଦ୍ର ସରକାର: ଡି ପୁରନ୍ଦେଶ୍ବରୀ

ଯଦି ଓଡିଶାବାସୀ ରାଜ୍ୟର ବିକାଶ ଚାଁହୁଁଛନ୍ତି ତେବେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଛନ୍ତି ପୁରନ୍ଦେଶ୍ବରୀ । ସେହିପରି ଗରିବ ହିତାଧିକାରୀଙ୍କୁ ଯୋଜନା ଅନ୍ତର୍ଭୁକ୍ତ ପାଇଁ ଲାଞ୍ଚ ନିଆଯାଉଛି । ବିକାଶ ପାଇଁ କୋଟି କୋଟି ଟଙ୍କା କେନ୍ଦ୍ର ସରକାର ଦେଉଛନ୍ତି । ଅନ୍ୟପଟେ କେନ୍ଦ୍ର କୃଷକ ନିଧି ଯୋଜନାରେ 10ଟି କିସ୍ତି ଦେଇ ସାରିଛନ୍ତି କେନ୍ଦ୍ର ସରକାର । ହେଲେ ରାଜ୍ୟ ସରକାର କାଳିଆ ଯୋଜାନରେ କେବଳ ନର୍ବାଚନ ସମୟରେ ହିଁ ଦିଅନ୍ତି । ମାତ୍ର ରାଜ୍ୟରେ ଆଜି ଯେଉଁ ବିକାଶ ହୋଇଛି ଅବା ହେଉଛି ତାହା କେନ୍ଦ୍ର ସରକାରଙ୍କ ଦ୍ବାରା ହୋଇଛି । ନବୀନ ସରକାର ବିଭିନ୍ନ ଜନ ମଙ୍ଗଳ ଯୋଜନାରୁ ଲୋକଙ୍କୁ ବଞ୍ଚିତ କରିଛନ୍ତି । ସେହିଭଳି ଓବିସିଙ୍କ ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଏହି ସହୁ ପ୍ରସଙ୍ଗକୁ ନେଇ ସାଧାରଣ ଲୋକଙ୍କ ପାଖକୁ ଯିବୁ ବୋଲି କହିଛନ୍ତି ବିଜେପି ଓଡିଶା ପ୍ରଭାରୀ । ଆଜିର ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଉପସଭାପତି ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶାର ବିକାଶ ପଛରେ କେନ୍ଦ୍ର ସରକାର: ଡି ପୁରନ୍ଦେଶ୍ବରୀ

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details