ଭୁବନେଶ୍ବର : ରାଜ୍ୟସଭାରେ ଗୁରୁବାର ପ୍ରଧାନମନ୍ତ୍ରୀ ଆବାସ ପ୍ଲସ ପୋର୍ଟାଲ ଓଡ଼ିଶାରେ ଖୋଲିବାକୁ ନେଇ କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡ଼ି ସାଂସଦ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ସର୍ବଭାରତୀୟ ସ୍ତରରେ ୱିଣ୍ଡୋ ଖୋଲାଯାଏ । ତେବେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ରାଙ୍କର ଅଫିସର ମାନେ ଆସି ଓଡିଶାର ବିଭିନ୍ନ ପଞ୍ଚାୟତରେ ଅଡିଟ କରିଥିଲେ । ଯେଉଁଥିରେ ଓଡିଶାରେ ହୋଇଥିବା 1 ହଜାର କୋଟି ଟଙ୍କାର ଆବାସ ଦୁର୍ନୀତି ଧରା ପଡ଼ିଥିଲା । ଯାହାକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ 2020 ଏପ୍ରିଲ ମାସରୁ ରିପୋର୍ଟ ଦେଇସାରିଛନ୍ତି କେନ୍ଦ୍ରୀୟ ଟିମ ।
ଏହାବି ପଢନ୍ତୁ :ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ଦେହାନ୍ତ: ଶୋକ ବ୍ୟକ୍ତ କଲେ ବାଚସ୍ପତି