ଓଡିଶା

odisha

ETV Bharat / city

ମୋଦି ସରକାର @8: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ରାଜ୍ୟ ସଭାପତି - Samir Mohanty Holds Press Meet

ବିଜେପିର ୮ ବର୍ଷର ଉପଲବ୍ଧି ବିଜେପିର ୮ ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୁଗାନ୍ତକାରୀ ଯୋଜନା କରିଛନ୍ତି । ୨୦୨୨ ସୁଦ୍ଧା ଦେଶରେ ୩ କୋଟି ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି । ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ଏହା କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

ମୋଦି ସରକାର@8, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ରାଜ୍ୟ ସଭାପତି
ମୋଦି ସରକାର@8, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ରାଜ୍ୟ ସଭାପତି

By

Published : Jun 1, 2022, 10:36 PM IST

ଭୁବନେଶ୍ବର: ବିଜେପିର ୮ ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୁଗାନ୍ତକାରୀ ଯୋଜନା କରିଛନ୍ତି । ୨୦୨୨ ସୁଦ୍ଧା ଦେଶରେ ୩ କୋଟି ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି । ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ଏହା କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି ।

ସମୀର କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତବର୍ଷର ଅନ୍ନ ବିଶ୍ବାସ ବୃଦ୍ଧି ପାଇଛି । ଆତ୍ମନିର୍ଭର ଭାରତ ପଥରେ ଦୃତ ଅଗ୍ରସର ହେବା ସହିତ ଲୋକଙ୍କ ଭିତରେ ରାଷ୍ଟ୍ରବାଦ ଭାବନା ବୃଦ୍ଧି ପାଇଛି । ସମସ୍ତ କ୍ଷେତ୍ରରେ ଜନତାଙ୍କ ମୌଳିକ ସୁବିଧା ବୃଦ୍ଧି ପାଇଛି । କୃଷକ ଏବଂ ଗରିବ ଙ୍କ ଆୟ ବୃଦ୍ଧି ପାଇଛି । ଖରାପ ପରିସ୍ଥିତିରୁ ଶୀଘ୍ର ବାହାରି ଆସିବା ଶିଖିଛି ଭାରତବର୍ଷ । ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ କାରଣରୁ ଅତୀତରେ କେବଳ କାଗଜ କଲମରେ ସୀମିତ ହୋଇ ରହି ଆସୁଥିବା ବିକାଶ କାର୍ଯ୍ୟ ଆଜି ବାସ୍ତବରେ ପରିଣତ ହୋଇଛି ଗତ ୮ ବର୍ଷରେ ଦେଶର ଗରିବା ୨୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରରେ ସମଗ୍ର ଭାରତବର୍ଷରେ 58 ଲକ୍ଷ ବାସଗୃହ ନିର୍ମାଣ ହୋଇଥିବା ବେଳେ ଓଡିଶାରେ 2.13 ଲକ୍ଷ ବାସଗୃହ ନିର୍ମାଣ ହୋଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ରେ ଭାରତ ବର୍ଷରେ 2.52 କୋଟି ଏବଂ ଓଡିଶାର ମଞ୍ଜୁର 26 ଲକ୍ଷ କିନ୍ତୁ ନିର୍ମାଣ ହୋଇଛି 16.85 ଲକ୍ଷ ବାସଗୃହ । ସେହିଭଳି ସ୍ଵଚ୍ଛ ଭାରତ ଯୋଜନା, ସୌଭାଗ୍ୟ ଯୋଜନା, ଜଳ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା,ଫସଲ ବୀମା,ଜନ ଧନ ଯୋଜନା ଏହିପରି ଐତିହାସିକ ଯୋଜନା ନିଷ୍ପତ୍ତି କ୍ଷେତ୍ରରେ ମୋଦି ସରକାରଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସମୀର ମହାନ୍ତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details