ଭୁବନେଶ୍ବର: ସମ୍ବିଧାନର ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଆଜି 65ତମ ଶ୍ରାଦ୍ଧ ଦିବସ(BR Ambedkar Death Anniversary) । ବିଜେପି ପକ୍ଷରୁ ଏନେଇ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ବହୁ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଛନ୍ତି।
ଦଳିତ ଏବଂ ଉପେକ୍ଷିତ ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆମ୍ବେଦକରଙ୍କ ଭୂମିକା ଚିରସ୍ମରଣୀୟ ବୋଲି କହିଛି ବିଜେପି । ସେହିପରି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଆମ୍ବେଦକରଙ୍କ ନୀତି ଆଦର୍ଶକୁ ପାଥେୟ କରି ମୋଦି ସରକାର ‘ସବକା ସାଥ, ସବକା ବିକାଶ’ ନୀତିରେ କାର୍ଯ୍ୟ କରୁଛନ୍ତି ।