ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟ ବିଜେପି ସାଂସଦ । ଓଡିଶା ବିଜେପି ସାଂସଦମାନେ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ରାଜ୍ୟରେ ସର୍ବାଧିକ ଇଣ୍ଟିଗ୍ରେଟେଡ୍ BEd ଏବଂ MEd ପାଠ୍ୟକ୍ରମ (ITEP) ପାଇଁ ଦାବି କରିଛନ୍ତି । ଏହାସହିତ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ପାଇଁ ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ସାଂସଦ ବସନ୍ତ ପଣ୍ଡା ।
ଶିକ୍ଷାମନ୍ତ୍ରୀଙ୍କୁ ଭେଟିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେବା ତଥା ବିଶ୍ବବିଦ୍ୟାଳୟ ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରିବା ଓ କଳାହାଣ୍ଡି ଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପାଇଁ ଲିଖିତ ଦାବିପତ୍ର ସହ ନିବେଦନ ରଖିଥିବା କହିଛନ୍ତି ବସନ୍ତ ପଣ୍ଡା ।