ଭୁବନେଶ୍ବର:ଓଡିଶା ଛାଡିଲେ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ପିପିଲି ଉପନିର୍ବାଚନରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । 3 ଦିନ ଧରି ପ୍ରଚାରରେ ସାମିଲ ହୋଇଥିଲେ ।
ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବର ତିନି ଦିନିଆ ଓଡିଶାର ରହଣି ପରେ ପୁଣି ଫେରିଯାଇଛନ୍ତି । ଏହି ଅବସରରେ ସେ ପିପିଲି ଉପନିର୍ବାଚନକୁ ନେଇ କହିଛନ୍ତି । ରାଜ୍ୟରେ ସରକାରଙ୍କ ଉପରେ ଲୋକଙ୍କ ଭିତରେ ଆକ୍ରୋଶ ରହିଛି। ମହିଳା ମାନଙ୍କୁ ଟଙ୍କା ଦେଇ ଭୋଟ ପାଇଁ କହୁଛନ୍ତି ବିଜେଡି ନେତା। ମହିଳାଙ୍କୁ ସଶକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀ କହୁଥିବାବେଳେ ବିଜେଡି ନେତା ମହିଳାଙ୍କ ଉପରେ ଚାପ ପକାଉଛନ୍ତି । ଫନି ବାତ୍ୟା ସମୟରେ କେନ୍ଦ୍ର ଦେଇଥିବା ଟଙ୍କା ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚିନି । ପୁରା ଓଡିଶାକୁ ବିଜୁ ଜନତା ଦଳ ଧୋକା ଦେଇଛି । ପିପିଲି ପ୍ରଚାର ସମୟରେ ଲୋକ ପରିବର୍ତ୍ତନ ପାଇଁ ମନ ବଳାଇଛନ୍ତି।