ଓଡିଶା

odisha

ETV Bharat / city

OBC ବର୍ଗଙ୍କୁ ଉପେକ୍ଷା କରୁଛନ୍ତି ରାଜ୍ୟ ସରକାର: ବିଜେପି

ଏଥର ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ରହିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ OBC ସଂରକ୍ଷଣକୁ ବାଦ ଦେବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାର OBC ବର୍ଗଙ୍କୁ ଉପେକ୍ଷା କରୁଛନ୍ତି । ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି । ସରକାର କିଛି କରି ନାହାନ୍ତି କୋର୍ଟ କରିଛି ବୋଲି କହି ଖସି ଯିବାକୁ ଚେଷ୍ଟା କରୁଥିବା କହିଛି ବିଜେପି । ଅଧିକ ପଢନ୍ତୁ

ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଉପେକ୍ଷା କରୁଛନ୍ତି
ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଉପେକ୍ଷା କରୁଛନ୍ତି

By

Published : Dec 24, 2021, 3:14 PM IST

ଭୁବନେଶ୍ବର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାରିକା ରଦ୍ଦ ହୋଇଛି । ସେହି ସ୍ଥାନରେ ଏକ ନୂତନ ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସରକ୍ଷଣ ରହିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ OBC ସଂରକ୍ଷଣକୁ ବାଦ ଦେବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି (Bjp targets bjd over obc reservation) । ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଉପେକ୍ଷା କରୁଛନ୍ତି । ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି ।

ରାଜ୍ୟ ସରକାର OBC ବର୍ଗଙ୍କୁ ଉପେକ୍ଷା କରୁଛନ୍ତି

ସରକାର କିଛି କରି ନାହାନ୍ତି କୋର୍ଟ କରିଛି ବୋଲି କହି ଖସି ଯିବାକୁ ଚେଷ୍ଟା କରୁଥିବା କହିଛି ବିଜେପି । କୋର୍ଟର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଟ୍ରିପଲ ଟେଷ୍ଟ ପାସ କରି ପାରିଲେ ନାହିଁ କାହିଁକି ବୋଲି ସାମ୍ବାଦିକ ସମ୍ମିଳନୀ କରି (Bjp pressmeet) ପ୍ରଶ୍ନ ବାଣ ଛାଡିଛି ବିଜେପି ।

ରାଜ୍ୟରେ ଦୀର୍ଘ ଦିନ ଯାଏଁ ଓବିସି କମିଶନ ଖାଲି ଥିଲା କାହିଁକି । କମିଶନଙ୍କୁ ରାଜ୍ୟ ସରକାର ଦାୟୀତ୍ବ ଦେଇଛନ୍ତି କି ନାହିଁ । ରାଜ୍ୟର ଯୁବକ ଯୁବତୀଙ୍କ ମନରୁ ପ୍ରଶ୍ନ ଉଠୁଛି ସେମାନଙ୍କୁ କାଷ୍ଟ ସାର୍ଟିଫିକେଟ ମିଳିବ କି ନାହିଁ ସନ୍ଦେହ । ଓବିସି କମିଶନ ମାଧ୍ୟମରେ ସର୍ଭେ କରିନାହାନ୍ତି କିନ୍ତୁ ସରକାରଙ୍କ ପାଖରେ ପୂର୍ବରୁ ଓବିସି ଓ ଏସସିବିସି ତାଲିକା ରହିଛି । ଯାହାକୁ ଆଧାର କରି କୋର୍ଟକୁ ଜଣାଇ ସଂରକ୍ଷଣ ଦେଇ ପାରିଥାନ୍ତେ । କାହିଁକି କଲେ ନାହିଁ ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛି ବିଜେପି ଓବିସି ମୋର୍ଚ୍ଚା ।

ରଥଯାତ୍ରା ବନ୍ଦ କରିବା ପାଇଁ ଯଦି ରାଜ୍ୟ ସରକାର ଓକିଲ ଦେଲେ, ତେବେ 52 ଭାଗ ଓବିସିଙ୍କ ସ୍ବାର୍ଥ ରକ୍ଷା ପାଇଁ କାହିଁକି କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ନାହିଁ ରାଜ୍ୟ ସରକାର । ରାଜ୍ୟ ସରକାର ଓବିସିମାନଙ୍କ ସହ ପ୍ରତାରଣା କରିଛନ୍ତି । ଯୁବକ ଯୁବତୀଙ୍କୁ ନିଯୁକ୍ତି ଏବଂ ଶିକ୍ଷାରେ କାହିଁକି ସଂରକ୍ଷଣ ମିଳୁନାହିଁ ବୋଲି ପ୍ରଶ୍ନ ପରେ ପ୍ରଶ୍ନ କରିଛି ବିଜେପି ଓବିସି ମୋର୍ଚ୍ଚା । ଯଦି ଆନ୍ତରିକତା ଅଛି ତେବେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦିଅନ୍ତୁ ରାଜ୍ୟ ସରକାର ବୋଲି କହିଛନ୍ତି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ।

ଭୁବନେଶ୍ବରରୁ ମନୋରଞ୍ଜନନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details