ଓଡିଶା

odisha

ETV Bharat / city

ରୁଚିକାଙ୍କୁ ନ୍ୟାୟ ଦାବିରେ ଓଡିଶା ବନ୍ଦ, ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ - ରୁଚିକାଙ୍କୁ ନ୍ୟାୟ ଦାବିରେ ଓଡିଶା ବନ୍ଦ

ବିଜେବି କଲେଜ ଛାତ୍ରୀ ରୁଚିକା ମୃତ୍ୟୁକୁ ନେଇ ଆଜି ବନ୍ଦ ପାଳୁଛି ଓଡିଶା । ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା ହୋଇଛି । ଅଧିକ ପଢନ୍ତୁ

ଓଡିଶା ବନ୍ଦ, ପୋଲିସ- ଆନ୍ଦୋଳନକାରୀ ମୁହାଁମୁହିଁ
ଓଡିଶା ବନ୍ଦ, ପୋଲିସ- ଆନ୍ଦୋଳନକାରୀ ମୁହାଁମୁହିଁ

By

Published : Jul 19, 2022, 12:14 PM IST

Updated : Jul 19, 2022, 1:34 PM IST

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମୃତ୍ୟୁକୁ ନେଇ ଆଜି ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ । । ବନ୍ଦ ପାଳନ ସମୟରେ ଭୁବନେଶ୍ବରର ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଉଥିବା ଦେଖିବାକୁ ମିଳିଛି । ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ୧୬ ଦିନ ବିତିଲାଣି ।

ରୁଚିକାଙ୍କୁ ନ୍ୟାୟ ପାଇଁ ଓଡିଶା ବନ୍ଦ

ମାତ୍ର ତାଙ୍କ ଆତ୍ମହତ୍ୟା ପଛରେ ଥିବା ୩ ସିନିୟରଙ୍କୁ ଏଯାଏ ଖୋଜି ପାଇଲାନି ପୋଲିସ୍‌ । ଏହା ପ୍ରତିବାଦରେ କରି ରୁଚିକାଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି । ରାଜରାସ୍ତାକୁ ଓହ୍ଳାଇଛି ସଂଗଠନ । ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ନାରାବାଜି ଦେବା ସହ ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗର୍ଜିଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ସକାଳ ୬ଟାରୁ ସନ୍ଧ୍ୟା ସଂଧ୍ୟା ୬ଟା ୧୨ ଘଣ୍ଟା ବନ୍ଦ ପାଳନ ଡାକରା ଦିଆଯାଇଛି । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିଛି ସଂଗଠନ ।

ସଂଗଠନ ପକ୍ଷରୁ ବିରାଟ ବାଇକ ପଟୁଆରରେ ଆସି ପିକେଟିଂ କରିଛନ୍ତି । ବନ୍ଦ ପାଳନ ସମୟରେ ସମୟରେ ଗାଡ଼ି ମୋଟର, ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନବଜାର ବନ୍ଦ ରଖିବାକୁ ନିବେଦନ କରିଛି ସଂଗଠନ । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଛାତ୍ର କଂଗ୍ରେସ । ରାସ୍ତାରେ ଶୋଇ ପ୍ରତିବାଦ କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 19, 2022, 1:34 PM IST

ABOUT THE AUTHOR

...view details