ଭୁବନେଶ୍ବର:ଶିକ୍ଷୟତ୍ରୀ ମମିତା ମେହେର ପ୍ରସଙ୍ଗରେ ଆସନ୍ତାକାଲି (ଶୁକ୍ରବାର) ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ଡାକରା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବଡଚଣା ବିଧାୟକ ଅମର ଶତପଥୀ । କଂଗ୍ରେସର ବନ୍ଦ ଡାକରା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅମର କହିଛନ୍ତି ।
ଅମର କହିଛନ୍ତି ଯେ, ବିଭିନ୍ନ ସମୟରେ ବିରୋଧୀ ଦଳ କାର୍ଯ୍ୟକ୍ରମ କରନ୍ତି । ଲୋକଙ୍କ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାନ୍ତି । ବନ୍ଦ ଡାକରା ଦିଅନ୍ତି । କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଯାହା ତଦନ୍ତ ପରିସର ଭୁକ୍ତ ହୋଇସାରିଛି । ଯେଉଁ ସମ୍ପର୍କରେ ଦୋଷୀ ଯିଏ ଦଣ୍ଡ ପାଇବ ସେ କାର୍ଯ୍ୟକ୍ରମ ଚାଲୁ ରହିଛି । ଅପରାଧୀଙ୍କୁ ଧରିବା ଓ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି । ଏହା ପରେ ଯଦି ଓଡିଶା ବନ୍ଦ ହେବ ଦୁର୍ଭାଗ୍ୟଜନକ ।