ଓଡିଶା

odisha

ETV Bharat / city

ଜୁଲାଇରୁ ପ୍ଲାଷ୍ଟିକ ବ୍ଯବହାର ବ୍ଯାନ୍ - ଭୁବନେଶ୍ବର ଖବର

ଜୁଲାଇ ପହିଲାରୁ ଏକକ ପ୍ଲାଷ୍ଟିକ ନିଷିଦ୍ଧ, ବ୍ୟବହାର ଉପରେ ଲାଗିବ ରୋକ । ଆଉ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

ଜୁଲାଇରୁ ପ୍ଲାଷ୍ଟିକ ବ୍ଯବହାର ବ୍ଯାନ୍
ଜୁଲାଇରୁ ପ୍ଲାଷ୍ଟିକ ବ୍ଯବହାର ବ୍ଯାନ୍

By

Published : Jun 29, 2022, 8:39 PM IST

ଭୁବନେଶ୍ବର :ଜୁଲାଇ ୧ ରୁ ଅର୍ଥାତ ରଥଯାତ୍ରା ଦିନଠୁ ପ୍ଲାଷ୍ଟିକ ବ୍ଯବହାର ଉପରେ ରୋକ ଲାଗିବ । ସାରା ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବ । ସିଙ୍ଗଲ୍ ପ୍ଳାଷ୍ଟିକ ବ୍ଯବହାର ବ୍ୟାନ ହେବ। ପ୍ଲାଷ୍ଟିକର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ଏହାର ବ୍ୟବହାରକୁ ବ୍ୟାନ କରାଯାଇଥିଲା। ହେଲେ ଲୋକେ ଏହାକୁ ମାନୁନାହନ୍ତି । ଯାହାକୁ ଦୃଷ୍ଟିରେ ରଖି ଜୁଲାଇ ୧ ରୁ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିବ ରୋକ । ବିଏମସି ମେୟର କହିଛନ୍ତି ପାଷ୍ଟିକ ବ୍ୟାନ ପାଇଁ ଯେତେ କହିଲେ ବି ଲୋକମାନେ ସଚେତନ ହେଉନାହାନ୍ତି ।

ଜୁଲାଇରୁ ପ୍ଲାଷ୍ଟିକ ବ୍ଯବହାର ବ୍ଯାନ୍

ଲୋକଙ୍କୁ ପ୍ରଥମେ ସଚେତନ କରାଯିବ ପରେ ପ୍ଲାଷ୍ଟିକ ବ୍ୟାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ପ୍ଳାଷ୍ଟିକର ଅଭ୍ୟାସ ଲୋକଙ୍କୁ ଛଡାଇବା ପାଇଁ ରାଜଧାନୀ ବାସୀଙ୍କୁ ସମୟ ଦିଆଯିବ। ତାପରେ ଯଦି ଲୋକମାନେ ନ ମାନିବେ ତାହାଲେ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି । ଏଥିପାଇଁ ଆଗରୁ ସ୍ପେଶାଲ ବିଏମସି ଏନଫୋର୍ସମେଣ୍ଟ ରହିଛି ତଥାପି ଲୋକେ ସଚେତନ ହେଉ ନାହାନ୍ତି । ଆବଶ୍ୟକସ୍ଥଳେ ଟିମ୍ ଚଢଉ କରିବା ସହ ଜୋରିମାନା ବି କାଟିବ ବୋଲି କହିଛନ୍ତି ଭୁବନେଶ୍ବର ମେୟର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details