ଭୁବନେଶ୍ବର: କୋରୋନା ସଙ୍କଟ କାଳରେ ମଧ୍ୟ ନିବେଶକଙ୍କୁ ଆକୃଷ୍ଟ କରିପାରିଛି ଓଡିଶା । COVID-19 ମହାମାରୀ ସମୟରେ ବିଭିନ୍ନ ସେକ୍ଟରରେ ରାଜ୍ୟ 1 ଲକ୍ଷ କୋଟି ଟଙ୍କାର ନିବେଶ ସୃଷ୍ଟି କରିଛି । ଶନିବାର ଉଦ୍ୟୋଗ ସଙ୍ଗଠନ FICCI ପକ୍ଷରୁ ଆୟୋଜିତ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ପୂର୍ବ ଭାରତର ଏକ ଉତ୍ପାଦନ ହବ ଭାବରେ ଦ୍ରୁତ ଗତିରେ ଉଭା ହେଉଛି । ଏଥିସହ ବିଭିନ୍ନ ସେକ୍ଟରରେ ଶିଳ୍ପ ଏବଂ ପୁଞ୍ଜି ନିବେଶ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ନେଇଥିବା ଅନେକ ପଦକ୍ଷେପ ତାଲିକାଭୁକ୍ତ କରିଛନ୍ତି ।