ଓଡିଶା

odisha

ETV Bharat / city

ଦିଲ୍ଲୀରେ ଚମକିଲେ ଓଡିଆ ପୁଅ, ଛୁଟିଲା ଶୁଭେଚ୍ଛା - ତୃତୀୟ ଜାତୀୟ ଜାଭେଲିନ ଥ୍ରୋ ଚମ୍ପିଆନସିପ୍‌

ତୃତୀୟ ଜାତୀୟ ଜାଭେଲିନ ଥ୍ରୋ ଚମ୍ପିଆନସିପ୍‌ରେ ଚମକିଲେ ଓଡ଼ିଆ ପୁଅ । ଦିଲ୍ଲୀର ଜବାହରଲାଲ ନେହୁରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର କିଶୋର କୁମାର ଜେନା । ଅଧିକ ପଢ଼ନ୍ତୁ...

ଜାତୀୟ ଜାଭେଲିନ ଥ୍ରୋ ଚମ୍ପିଆନସିପ୍‌ରେ ଓଡ଼ିଆ ପୁଅଙ୍କ କମାଲ
ଜାତୀୟ ଜାଭେଲିନ ଥ୍ରୋ ଚମ୍ପିଆନସିପ୍‌ରେ ଓଡ଼ିଆ ପୁଅଙ୍କ କମାଲ

By

Published : Oct 25, 2021, 5:08 PM IST

Updated : Oct 25, 2021, 5:18 PM IST

ଭୁବନେଶ୍ବର: ତୃତୀୟ ଜାତୀୟ ଜାଭେଲିନ ଥ୍ରୋ ଚମ୍ପିଆନସିପ୍‌ରେ ଚମକିଲେ ଓଡ଼ିଆ ପୁଅ । ଦିଲ୍ଲୀର ଜବାହରଲାଲ ନେହୁରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର କିଶୋର କୁମାର ଜେନା । କିଶୋରଙ୍କ ଏଭଳି ଏକ ସଫଳତା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଫାଇନାଲ ରାଉଣ୍ଡରେ ୭୪.୨୬ ମିଟର ଜାଭେଲିନ ଥ୍ରୋ କରିଥିଲେ କିଶୋର କୁମାର ଜେନା । ଯାହା ଫଳରେ ସେ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇ ପାରିଛନ୍ତି । ଏହାକୁ ନେଇ ଓଡ଼ିଶା କ୍ରୀଡ଼ା ବିଭାଗ ଟ୍ବିଟ୍‌ କରି ସୂଚନା ଦେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛି ।

କିଶୋରଙ୍କ ସ୍ବର୍ଣ୍ଣ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ, "ଓଡ଼ିଶା ଆଥଲେଟ୍‌ କିଶୋର କୁମାର ଜେନା ଜାତୀୟ ଓପନ ଜାଭେଲିନ୍‌ ଥ୍ରୋ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ୭୪.୨୬ ମିଟର ଜାଭେଲିନ ଫୋଫାଡ଼ି ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ଶୁଭେଚ୍ଛା । ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ମୁଁ ଶୁଭକାମନା ଦେଉଛି ।"

କିଶୋର କୁମାରଙ୍କ ଏହି ସଫଳତା ପରେ ସେ ଉତ୍ସାହିତ ରହିଛନ୍ତି । ଆଗାମୀ ଦିନରେ ଏହି ଇଭେଣ୍ଟରେ ଓଡ଼ିଶାକୁ ଆହୁରି ପଦକ ମିଳିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 25, 2021, 5:18 PM IST

ABOUT THE AUTHOR

...view details