ଭୁବନେଶ୍ବର:ଶୀତ ଅଧିବେଶନରେ ସୁରୁଖୁରୁରେ ଗୃହ ଚଳାଇବାକୁ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ତେବେ ଏହି ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଛି । ବିରୋଧୀଙ୍କ ଦାବି ରାଜ୍ୟ ସରକାର ପୂରଣ କରୁନଥିବା ଅଭିଯୋଗ ହୋଇଛି । ଏହାକୁ ଉଭୟ କଂଗ୍ରେସ ଓ ବିଜେପି କ୍ଷୋଭ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ, କୌଣସି ଆଲୋଚନାରେ ଗୃହରାଷ୍ଟ୍ର ମନ୍ତ୍ରୀ ଭାଗ ନନିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ମମିତା ମେହେର ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ । କିନ୍ତୁ କୌଣସି ଦାବି ପୂରଣ କରିବାକୁ ରାଜ୍ୟ ସରକାର ରାଜି ହେଉନଥିବା ଅଭିଯୋଗ ହୋଇଛି ।