ଭୁବନେଶ୍ବର: ବିଧାନସଭା ଅଚଳାବସ୍ଥାକୁ ନେଇ ଶାସକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ।
ତାରା କହିଛନ୍ତି ଗୃହ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀ ଦାୟୀ । ମୁଖ୍ୟମନ୍ତ୍ରୀ ଗୃହକୁ ଆସି ହସ୍ତକ୍ଷେପ କରନ୍ତୁ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ। ବାଚସ୍ପତି ଶାସକ ଦଳର ନିର୍ଦ୍ଦେଶରେ କାମ କରୁଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ । କଂଗ୍ରେସ ସବୁବେଳେ ଗଠନ ମୂଳକ ଚିନ୍ତା ଧାରାରେ ବିଶ୍ବାସ କରେ। ଗୃହ ଚଲେଇବା ପାଇଁ ଦଳ ସବୁବେଳେ ଉଦ୍ୟମ ସହଯୋଗ କରିଛି ।