ଓଡିଶା

odisha

ETV Bharat / city

Odisha Assembly Winter Session: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ BJP ବିଧାୟକ

ଆଜି ବିଧାନସଭା ଶୀତ ଅଧିବେଶନ (Odisha Assembly Winter Session) ପ୍ରଶ୍ନକାଳ ଆରମ୍ଭରୁ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଗୃହ ମୁଲତବୀ ପରେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛି ବିଜେପି । ଅଧିକ ପଢନ୍ତୁ

By

Published : Dec 6, 2021, 2:01 PM IST

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଚିଠି ଲେଖିଲେ BJP ବିଧାୟକ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଚିଠି ଲେଖିଲେ BJP ବିଧାୟକ

ଭୁବନେଶ୍ବର:ଆଜି ବିଧାନସଭା ଶୀତ ଅଧିବେଶନ (Odisha Assembly Winter Session) ପ୍ରଶ୍ନକାଳ ଆରମ୍ଭରୁ କମ୍ପାଇଥିଲେ ବିରୋଧୀ । ମମିତା ମେହେର ହତ୍ୟାକାଣ୍ଡକୁ (Mamita Meher Murder Case) ପ୍ରସଙ୍ଗ କରି ଗୃହରେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ଏହାପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଗୃହ ମୁଲତବୀ ପରେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଲୋୟର ପିଏମଜି ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଯାଇଛନ୍ତି ବିଜେପି ସଦସ୍ୟ । ଚିଠିରେ ମମିତା ମେହେର, ଅଞ୍ଜନା ମିଶ୍ର ଆଦି ଅନେକ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଚିଠି ଲେଖିଲେ BJP ବିଧାୟକ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଚିଠି ଲେଖିଲେ BJP ବିଧାୟକ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପିଏମଜି ସ୍ଥିତି ମହାଡ଼ାକପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ଏକ ଚିଠି ପୋଷ୍ଟ କରିଛି ଭାରତୀୟ ଜନତା ପାର୍ଟି । ବିଜେପିର ଅଭିଯୋଗ ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିଷୟରେ ସମାନ ଆଭିମୁଖ୍ୟରେ କଣ ପାଇଁ ପାତରଅନ୍ତର କରୁଛନ୍ତି । 1999 ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ ହେଲେ ଏବେ ମମିତା ମେହେର ହତ୍ୟାକାଣ୍ଡରେ କଣ ପାଇଁ ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରି ନାରାବାଜି ଦେଇଛି ବିଜେପି ।

1999 ଦୁଷ୍କର୍ମ ମାମଲାରେ ଯେମିତି ଇନ୍ଦ୍ରଜିତ ରାୟଙ୍କୁ ଦୋଷୀ କରାଯାଇଥିଲା ଠିକ ସେମିତି ମମିତା ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ରାଜ୍ୟବାସୀ ଦାୟୀ କରୁଛନ୍ତି । ଆପଣ ଜାନକୀଙ୍କୁ ନୈତିକତାର ପାଠ ପଢାଉଥିଲେ । ନୀତି ନୈତିକତାର ଦ୍ବାହି ଦେଇ ଅନେକ ମନ୍ତ୍ରୀଙ୍କୁ ବାହାର କରିଥିଲେ ହେଲେ ମମିତା ମାମଲାରେ ଦୋମୁହାଁ ନୀତି କାହିଁକି ବୋଲି ଚିଠିରେ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ । ଆପଣ ବିଧାନସଭା ନ ଆସି କେଉଁ ଗମ୍ଭୀରରେ ଲୁଚିଛନ୍ତି ବୋଲି ପଚାରିଛି ବିଜେପି ।

ତୁରନ୍ତ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ସହ ମାମଲାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆନ୍ତୁ ବୋଲି ଚିଠିରେ ଲେଖିଛି ବିଜେପି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ଅପେକ୍ଷା କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details