ଓଡିଶା

odisha

ETV Bharat / city

ଗୁରୁବାର 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ,ଗୃହ ଅଚଳାବସ୍ଥା ଜାରୀ - Odisha Assembly News

ବିଧାନସଭାରେ ଅଚଳାବସ୍ଥା ଜାରି, ଦିନ 12ଟା ଯାଏ ଗୃହ ମୁଲତବୀ
ବିଧାନସଭାରେ ଅଚଳାବସ୍ଥା ଜାରି, ଦିନ 12ଟା ଯାଏ ଗୃହ ମୁଲତବୀ

By

Published : Mar 17, 2021, 10:37 AM IST

Updated : Mar 17, 2021, 6:09 PM IST

17:54 March 17

ଗୁରୁବାର 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ, ଗୃହ ଅଚଳାବସ୍ଥା ଜାରି

ଗୃହ ଅଚଳାବସ୍ଥା ଜାରି । ଉଭୟ ସରକାର ଓ ବିରୋଧୀ ନିଜ ନିଜ ଜିଦର ଅଟଳ । ଚାଲିପାରିଲାନି ଗୃହକାର୍ଯ୍ୟ । ଗୁରୁବାର 10.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ କଲେ ବାଚସ୍ପତି ।

ସର୍ବଦଳୀୟ ବୈଠକ ବିଫଳ। ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ବିରୋଧୀଙ୍କ ଦାବି। ସେପଟେ ଶାସକ ଦଳ ଯୁକ୍ତି ମୁଖ୍ୟମନ୍ତ୍ରୀ ସବୁ ପ୍ରସଙ୍ଗରେ କାହିଁକି କହିବେ ସଂସଦରେ କଣ ସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହୁଛନ୍ତି କି ବୋଲି ପ୍ରଶ୍ନ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପ୍ରଥମେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ ଦାବି କଲେ ଶାସକ ଦଳ।

16:08 March 17

ଗୃହ 4.30 ପର୍ଯ୍ୟନ୍ତ ମୁଲତବୀ,ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଗୃହ 4.30 ପର୍ଯ୍ୟନ୍ତ ମୁଲତବୀ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହୋହଲ୍ଲା । ଗୃହ ମଧ୍ୟଭାଗରେ ଆସି ବିଧାୟକ ମାନେ ହୋହଲ୍ଲା କରିଛନ୍ତି । ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । 

12:06 March 17

ଗୃହ 4ଟା ଯାଏ ମୁଲତବୀ

ଚାଲିପାରୁନି ଗୃହ । ବିଧାନସଭାରେ ହୋହଲ୍ଲା ଜାରି । ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି ।

10:39 March 17

ବିଜେପି ବିଧାୟକ କ୍ଷମା ମାଗିବା ପ୍ରସଙ୍ଗ, ରାଜଭବନ ଅଭିମୁଖେ ବିଜେଡି ବିଧାୟକ

ବିଜେପି ବିଧାୟକ କ୍ଷମା ମାଗିବା ପ୍ରସଙ୍ଗ, ରାଜଭବନ ଅଭିମୁଖେ ବିଜେଡି ବିଧାୟକ

ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ଜିଦରେ ଅଟଳ ଶାସକ ଦଳ । ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇବା ସହ ଗୃହ ମୁଲତବୀ ପରେ ରାଜଭବନ ଅଭିମୁଖେ ଗଲେ ବିଜେଡି ବିଧାୟକ । ରାଜ୍ୟପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବେ ବୋଲି ସୂଚନା । 

10:23 March 17

ବିଧାନସଭାରେ ଅଚଳାବସ୍ଥା ଜାରି, ଦିନ 12ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବି ଚାଲିପାରୁନି ଗୃହ । ଆରମ୍ଭରୁ ଶାସକ-ବିରୋଧୀ ମୁହାଁମୁହିଁ । ଦିନ 12ଟା ଯାଏ ଗୃହ ମୁଲତବୀ ରଖିଲେ ବାଚସ୍ପତି । 

Last Updated : Mar 17, 2021, 6:09 PM IST

ABOUT THE AUTHOR

...view details