ଭୁବନେଶ୍ବର: ବିଧାନସଭାରେ ଅପରାହ୍ନ ଅଧିବେଶନ ସ୍ୱାଭାବିକ ହୋଇଛି । ସେପଟେ କୋଭିଡ ପରିଚାଳନାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ନେତା । ବିରୋଧୀଦଳ ନେତାଙ୍କ ଉଦବେଗ ପରେ ବାଚସ୍ପତିଙ୍କ ରୁଲିଂ । ଅନେକ ବିଧାୟକ ବିଭିନ୍ନ ସମସ୍ୟା କଥା କହୁଛନ୍ତି, ବିଭାଗୀୟ ମନ୍ତ୍ରୀ ଏକ ସ୍କ୍ୱାର୍ଡ କରି ପ୍ରାଇଭେଟ ଓ ସରକାରୀ ହସ୍ପିଟାଲ ଚେକ କରିବାକୁ ନିର୍ଦେଶ ଦେଇଛନ୍ତି ।
ଅପରାହ୍ନରେ ଗୃହକାର୍ଯ୍ୟ ସ୍ଵଭାବିକ - ଅପରାହ୍ନରେ ଗୃହକାର୍ଯ୍ୟ ସ୍ଵଭାବିକ
ବିଧାନସଭାରେ ଅପରାହ୍ନ ଅଧିବେଶନ ସ୍ୱାଭାବିକ ହୋଇଛି । ସେପଟେ ବିରୋଧୀଦଳ ନେତାଙ୍କ ଉଦବେଗ ପରେ ବାଚସ୍ପତି ରୁଲିଂ ଦେଇଛନ୍ତି । ଅଧିକ ପଢନ୍ତୁ...
![ଅପରାହ୍ନରେ ଗୃହକାର୍ଯ୍ୟ ସ୍ଵଭାବିକ ଅପରାହ୍ନରେ ଗୃହକାର୍ଯ୍ୟ ସ୍ଵଭାବିକ](https://etvbharatimages.akamaized.net/etvbharat/prod-images/768-512-9035152-thumbnail-3x2-ass.jpg)
ଅପରାହ୍ନରେ ଗୃହକାର୍ଯ୍ୟ ସ୍ଵଭାବିକ
ଏହାସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଣିଥିବା ସ୍ୱାଧିକାର ଭଙ୍ଗ ନୋଟିସ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦେିଛନ୍ତି । ଗୃହ ଭିତରେ ବିଧାୟକ ମାନେ ଯାହା କହୁଛନ୍ତି ତାହାକୁ ଗଣମାଧ୍ୟମରେ ବିଭ୍ରାନ୍ତି କରି ପ୍ରକାଶ କରା ନଯାଉ । ଗୃହକୁ ଆସୁଥିବା ସାମ୍ବାଦିକ ମାନେ ସଠିକ ବିବରଣୀ ପ୍ରକାଶ କରନ୍ତୁ । ବାହାରେ ଥିବା ସାମ୍ବାଦିକ ମାନେ ଗୃହ ବିବରଣୀ ପ୍ରକାଶ କରିବାରୁ କ୍ଷାନ୍ତ ରୁହନ୍ତୁ । ନଚେତ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଚସ୍ପତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ