ଭୁବନେଶ୍ବର:ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ପୂରିଛି ଶହେ ବର୍ଷ। ଏନେଇ ବିଧାନସଭାରେ କରାଯିବ ସ୍ବତନ୍ତ୍ର ଆଲୋଚନା। ଏଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରି ଗୃହରେ ସ୍ବତନ୍ତ୍ର ଆଲୋଚନା ହେବ। ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି।
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂର୍ତ୍ତି, ଗୃହରେ ବିଶେଷ ଆଲୋଚନା - ଗୃହରେ ବିଶେଷ ଆଲୋଚନା
ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ପୂରିଛି ଶହେ ବର୍ଷ। ଏନେଇ ବିଧାନସଭାରେ କରାଯିବ ସ୍ବତନ୍ତ୍ର ଆଲୋଚନା। ଅଧିକ ପଢ଼ନ୍ତୁ...
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂର୍ତ୍ତି, ଗୃହରେ ବିଶେଷ ଆଲୋଚନା
1921 ମସିହା ମାର୍ଚ୍ଚ 23 ତାରିଖରେ ମହାତ୍ମା ଗାନ୍ଧୀ ଓଡ଼ିଶା ଆଗମନ କରିଥିଲେ। ଆସନ୍ତାକାଲି (ମଙ୍ଗଳବାର) ବାପୁଙ୍କ ଆଗମନକୁ ଠିକ ଏକଶତ ବର୍ଷ ପୂର୍ତ୍ତି ହେଉଛି। ଏହାକୁ ନେଇ ବିଧାନସଭାରେ ବିଶେଷ ଆଲୋଚନା କରାଯିବ। ଏଥିରେ ସମସ୍ତ ବିଧାୟକ ଗୃହରେ ଉପସ୍ଥିତ ରହି ଆଲଚୋନାରେ ଭାଗ ନେବେ। 10.30 ରୁ 1.30 ପର୍ଯ୍ୟନ୍ତ ଏହି ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ