ଭୁବନେଶ୍ବର: ଧାନ ସଂଗ୍ରହ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ବୈଠକ ଆୟୋଜିତ ହୋଇଛି । ଚାଷୀ କିପରି ସୁବିଧାରେ ଉଚିତ ଦରରେ ଧାନ ବିକ୍ରି କରିପାରିବ ସେ ନେଇ ଆଲୋଚନା ହୋଇଛି। ଧାନ କିଣା ନେଇ ସରକାର କଣ ବ୍ୟବସ୍ଥା କରିଛନ୍ତି, କମିଟି ପୂର୍ବରୁ ଯାହା ପ୍ରସ୍ତାବ ଦେଇଥିଲା ତାହା କାର୍ଯ୍ୟକାରୀ ହୋଇଛି କି ନାହିଁ ସେନେଇ ଆଲୋଚନା ହୋଇଛି ।
ସମସ୍ତ ସମବାୟ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ପୂର୍ବରୁ ସୁପାରିଶ କରାଯାଇଥିଲା । ହେଲେ ଅଧିକାଂଶ ସ୍ଥାନରେ ସିସିଟିଭି ଲାଗିନାହିଁ। ଅନେକ ସମବାୟ କେନ୍ଦ୍ରରେ କର୍ମଚାରୀମାନେ ଧାରଣରେ ବସିଛନ୍ତି । ସେହି ସବୁ ସ୍ଥାନରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ସହ ଟୋକନ ପ୍ରତି ଗୁରୁତ୍ୱ ଦିଆଯାଇଛି । ବୈଠକ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ୍ୟ ନରସିଂହ ମିଶ୍ର ।