ଭୁବନେଶ୍ବର: ରାଜ୍ୟ ବିଧାନସଭା ହେବ ଡିଜିଟାଲ । ଆଉ ଚାଲିବନି ପେପର କାର୍ଯ୍ୟ । ସମସ୍ତ କାର୍ଯ୍ୟକୁ କମ୍ପ୍ୟୁଟରାଇଜ କରାଯିବ । ଗୋଟିଏ କ୍ଲିକରେ ଚାଲିବ ବିଧାନସଭା କାର୍ଯ୍ୟ । ପ୍ରଶ୍ନ ଉତ୍ତର ସହ ସମସ୍ତ ବିଲ, ମିଳିବ ଗୋଟିଏ କ୍ଲିକରେ । ଅଧିବେଶନ ପୂର୍ବରୁ ଆସି ଏଣିକି ଆଉ ବିଧାୟକ ମାନଙ୍କୁ ଦାଖଲ କରିବାକୁ ପଡିବନି ପ୍ରଶ୍ନ । ବିଧାୟକ ମାନେ ଆପ ମାଧ୍ୟମରେ ଦାଖଲ କରିବେ ଉତ୍ତର । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି ।
ଏହାର କାର୍ଯ୍ୟକାରିତା ଉପକାରିତାକୁ ଅନୁଧ୍ୟାନ କରି ଫେରିଛି ଗୃହ ବିଧାନସଭା କମିଟି । ପୂର୍ତ୍ତ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଖୁବଶୀଘ୍ର ରିପୋର୍ଟ ଦେବେ । ରିପୋର୍ଟରେ ବିଧାନସଭାରେ ଡିଜାଇନ କିଭଳି ହେବ ସେନେଇ ରିପୋର୍ଟ ଦେବେ । ଆସନ୍ତା 6 ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ । ଏହାସହ ସମସ୍ତ ବିଧାୟକ ମାନଙ୍କୁ ମଧ୍ୟ ଲାପଟପ ସରକାର ଯୋଗାଇଦେବେ । ଏଥିପାଇଁ ବିଧାୟକ ମାନଙ୍କୁ 1ଲକ୍ଷ ଟଙ୍କା ଯୋଗାଇ ଦେବେ । 1ଲକ୍ଷରୁ ଅଧିକ ଦାମରେ ଲାପଟପ କିଣିବାକୁ ଚାହୁଁଥିବା ବିଧାୟକ ମାନେ ଅବଶିଷ୍ଟ ଅର୍ଥ ନିଜେ ଭରଣା କରିବେ । 5ଟି କମ୍ପାନୀର ଲାପଟପ କିଣିବାକୁ ରାଜ୍ୟର ପ୍ରଯୁକ୍ତି ବିଦ୍ୟା ବିଭାଗ ଅନୁମତି ଦେଇଛି ।