ଓଡିଶା

odisha

ETV Bharat / city

ଡିଜିଟାଲ ହେବ ବିଧାନସଭା; ଗୋଟିଏ କ୍ଲିକରେ ମିଳିବ ସବୁ ତଥ୍ୟ - ମନ୍ତ୍ରୀ ବିଧାୟକ

ରାଜ୍ୟ ବିଧାନସଭା ହେବ ଡିଜିଟାଲ । ଆରମ୍ଭ ହେଲା ଯୋଜନା । ଖୁବଶିଘ୍ର ମିଳିବ ଗୋଟିଏ କ୍ଲିକରେ ସବୁ ତଥ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 22, 2019, 9:36 PM IST

ଭୁବନେଶ୍ବର: ରାଜ୍ୟ ବିଧାନସଭା ହେବ ଡିଜିଟାଲ । କମିବ କାଗଜ ପତ୍ରର ବ୍ୟବହାର । ମନ୍ତ୍ରୀ ବିଧାୟକ ଏଣିକି ବିଧାନସଭାରେ ଫାଇଲ ନୁହେଁ କମ୍ପ୍ୟୁଟରରେ କରିବେ କାମ । ଗୋଟିଏ କ୍ଲିକରେ ମିଳିବ ବିଧାନସଭାର ସବୁ ଟିକନିକ ତଥ୍ୟ । ମନ୍ତ୍ରୀଙ୍କ ଠାରୁ ବିଧାୟକ, ଅଫିସରଙ୍କ ଠାରୁ ଗଣମାଧ୍ୟମ ସମସ୍ତଙ୍କୁ ଏଣିକି ଇ-ବିଧାନ ସହ ଯୋଡାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ବିଧାନସଭା ବାଚସ୍ପତିଙ୍କ ନେତୃତ୍ବରେ ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଇ-ବିଧାନ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରିବା ପାଇଁ ହିମାଚଳ ପ୍ରଦେଶ ଗସ୍ତ କରିଛନ୍ତି । ଆଜି ଶିମଲାରେ ହିମାଚଳ ବିଧାନସଭାର ବାଚସ୍ପତିଙ୍କୁ ସାକ୍ଷାତ କରି ଇ-ବିଧାନ କାର୍ଯ୍ୟାନ୍ବୟ ସମ୍ବନ୍ଧରେ ଆଲୋଚନା କରିବା ସହ ସମସ୍ତ ବ୍ୟବସ୍ଥାକୁ ଟିକିନିଖି ପରଖିଛନ୍ତି ।

କେନ୍ଦ୍ର ସରକାର ଆରମ୍ଭ କରିଥିବା ଡିଜିଟାଲ ଇଣ୍ଡିଆ ଯୋଜନାର ଏକ ଅଂଶ ହେଉଛି ଇ-ବିଧାନ ସେବା। ଓଡିଶା ବିଧାନସଭା ସଚିବାଳୟ ଏଥିଲାଗି ୧୯ କୋଟି ୩୯ ଲକ୍ଷ ଟଙ୍କାର ଡିପିଆର ପ୍ରସ୍ତୁତ କରିବେ ଏବଂ ଏହି ଆଧାରରେ କେନ୍ଦ୍ର ସରକାର ୧୨ କୋଟି ଟଙ୍କା ସହାୟତା ଯୋଗାଇ ଦେବେ । ଏହି ପ୍ରତିନିଧି ମଣ୍ଡଳୀରେ ବାଚସ୍ପତି, ସଂସଦ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ନେତା, ଶାସକ ଦଳର ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକଓ ବିଧାନସଭା ସଚିବ ଦାଶରଥି ଶତପଥୀ ।

ଭୁବନେଶ୍ବରରୁ, ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details