ଓଡିଶା

odisha

ETV Bharat / city

ପୂର୍ବାହ୍ନ 10 ଟା 30 ପର୍ଯ୍ୟନ୍ତ ଗୃହ ମୁଲତବୀ - ବିଧାନସଭା ଖବର

odisha assembly session live update
ବିଧାନସଭା ଅଧିବେଶନ

By

Published : Mar 26, 2021, 10:32 AM IST

Updated : Mar 26, 2021, 7:01 PM IST

18:53 March 26

ଶନିବାର ପୂର୍ବାହ୍ନ 10 ଟା 30 ପର୍ଯ୍ୟନ୍ତ ଗୃହ ମୁଲତବୀ

କଂଗ୍ରେସ ସଦସ୍ୟଙ୍କ ହଟଗୋଳ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇପାରିଲାନାହିଁ । ଆସନ୍ତାକାଲି ପୂର୍ବାହ୍ନ 10 ଟା 30 ପର୍ଯ୍ୟନ୍ତ ଗୃହ ମୁଲତବୀ । ତେବେ ଗୃହ ଅଚଳ ହେବାକୁ ନେଇ ବିରୋଧୀ ଦଳ ନେତାଙ୍କ ଅଭିଯୋଗ । ବିଜେଡ଼ି ଓ କଂଗ୍ରେସ ଭିତରେ ଫିସ୍କିଂ ହୋଇଛି । ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲେ ନବୀନ ବାବୁଙ୍କ ମୁଖା ଖୋଲି ଯାଇଥାନ୍ତା । ତେଣୁ ନବୀନଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ବନ୍ଦର ଆଳ କରି ଗୃହକୁ ବନ୍ଦ କରିଦେଲେ । ସେପଟେ ଏହାର ଜବାବ ରଖିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡ଼ି-କଂଗ୍ରେସ ଭିତରେ ଫିସ୍କିଂ ହୋଇଛି କି ବିଜେଡି-ବିଜେପି ଭିତରେ ଫିସ୍କିଂ ହୋଇଛି ତାହା ଲୋକେ କହିବେ ।

18:28 March 26

ଶନିବାର ଯାଏଁ ଗୃହ ମୁଲତବୀ

ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ କଂଗ୍ରେସର ହଙ୍ଗାମା । ଆଲୋଚନା ହୋଇପାରିଲାନି ଗୃହ ବିଭାଗର ଖର୍ଚ୍ଚ ଦାବି । ଆସନ୍ତାକାଲି ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

16:10 March 26

କୃଷି ବିଲକୁ ନେଇ ଗୃହରେ ହୋହାଲ୍ଲା, 5 ଟା ଯାଏଁ ଗୃହ ମୁଲତବୀ

ଗୃହ ଆରମ୍ଭ ପରେ କୃଷି ବିଲ ନେଇ ପୁଣି ହଙ୍ଗାମା କଲେ ବିରୋଧୀ । 5 ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ କଲେ ବାତସ୍ପତି । 

11:36 March 26

ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ହହୋଲ୍ଲା ମଧ୍ୟରେ ଚାଲିଥିବା ଗୃହକାର୍ଯ୍ୟକୁ ପୁଣି ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି । କଂଗ୍ରେସ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ କରିଛନ୍ତି । 

11:34 March 26

ହହୋଲ୍ଲା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ

ହହୋଲ୍ଲା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ । ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବିରୋଧ ପରେ ଗୃହକୁ ବାଚସ୍ପତି ମୁଲତବୀ କରିଥିଲେ ।

10:33 March 26

କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ,ଗୃହ 11.30 ପର୍ଯ୍ୟନ୍ତ ମୁଲତବୀ

କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ,ଗୃହ 11.30 ପର୍ଯ୍ୟନ୍ତ ମୁଲତବୀ

ବିଧାନସଭା ଆରମ୍ଭ ହେବା ମାତ୍ରେ ଗୃହରେ ହଟ୍ଟଗୋଳ । ଚାଷୀଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗରେ ଆସି ବିରୋଧ କରିଛନ୍ତି । 

10:13 March 26

ଆସନ୍ତାକାଲି ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ବିଧାନସଭା ଅଧିବେଶନର ତ୍ରୟୋଦଶ ଦିନ ଆରମ୍ଭ ହେଲା ବିଧାନସଭା ଅଧିବେଶନ । ଚାଲିଛି ପ୍ରଶ୍ନକାଳ ।

Last Updated : Mar 26, 2021, 7:01 PM IST

ABOUT THE AUTHOR

...view details