ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ । ଜୁନ 25 ତାରିଖରୁ ଆରମ୍ଭ ହୋଇଥିଲା ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ଅଗଷ୍ଟ 8 ତାରିଖରେ ଅଧିବେଶନ ଶେଷ ହେବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା । ହେଲେ 4ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ହୋଇଛି ।
ଦୁଇଟି ପର୍ଯ୍ୟାୟରେ 25ଟି କାର୍ଯ୍ୟଦିବସରେ 5ଟି ବିଲ୍ ଗୃହରେ ମଞ୍ଜୁରୀ ପାଇଛି । 2019-20 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ସହ ଓଡିଶା ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଭରଣା ପାଇଁ ସ୍ବତନ୍ତ୍ର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଥିଲା । ଏଥିସହ ଓଡିଶା ଲୋକାୟୁକ୍ତ ଆଇନରେ ସଂଶୋଧନ, ଓଡିଶା ମୁକ୍ତ ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ ଓ ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟ ବିଶ୍ବବିଦ୍ୟାଳୟ ବିଲ ବିଧାନସଭାର ମଞ୍ଜୁରୀ ଲାଭ କରିଛି ।