ଭୁବନେଶ୍ବର: ବିଧାନସଭାରେ ପହଞ୍ଚିଲା କୋରୋନା । ବିଧାନସଭା ସଚିବ(Odisha Assembly Secretary Covid Positive) ଦାଶରଥୀ ଶତପଥୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏଥିସହ ସଚିବଙ୍କ ସମେତ ତାଙ୍କ ଡ୍ରାଇଭର ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଗତକାଲି(ବୁଧବାର) ଦାସରଥୀଙ୍କ ପିଏସ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସଚିବଙ୍କ ନମୁନା ପରୀକ୍ଷଣ ହୋଇଥିଲା । ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତେବେ ସଚିବ କୋଭିଡ ସଂକ୍ରମିତ ଚିହ୍ନଟ ପରେ ବାଚସ୍ପତି ମଧ୍ୟ କୋରୋନା ଟେଷ୍ଟ କରାଇଥିବା ଜଣାପଡିଛି । ସେହିପରି ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ କୋରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦିଆଯାଇଛି ।