ଭୁବନେଶ୍ବର: ଆଜି ପୁଣି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ (All Party Meeting) ଏକ ପ୍ରକାର ବିଫଳ ହୋଇଛି । ଅପରାହ୍ନ 4.30 ପରେ ଆରମ୍ଭ ହୋଇଥିବା ବିଧାନସଭା ପୁଣି ଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ହଟ୍ଟଗୋଳ ମଧ୍ୟରେ କିଛି ମିନିଟ ଚାଲିଲା ବିଧାନସଭା । ଆଉ କିଛି ମିନିଟ ମଧ୍ୟରେ ସରକାର ଆଗତ କଲେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ଦାବି କରି ଏକ ସଂକଳ୍ପ ।
ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସରକାର ଆଗତ କଲେ ସଂକଳ୍ପ (Paika Bidroha Resolution passed in Odisha Assembly ) । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା (Paika Bidroha as Indias First War Of Independence) ଦାବି କରି ଗୃହରେ ସଂକଳ୍ପ ଆଗତ କଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (Minister ର‘State’ Tourism & Odia Language Literature & Culture Jyoti Prakash Panigrahi) ।