ଭୁବନେଶ୍ବର: ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ଲାଗି ଟାର୍ଗେଟ ଫିକ୍ସି କରିଛନ୍ତି ରାଜ୍ୟ ସରକାର । 2025 ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ହେବ ଓଡିଶା । ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଏହା ସହ ଗତ 5 ବର୍ଷ ମଧ୍ୟରେ 420 ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି ଯେ, ରାଜ୍ୟରେ ଶିଶୁ ଶ୍ରମ ମୁକ୍ତ ପାଇଁ ବିଭିନ୍ନ ବିଭାଗ ମାନଙ୍କର ସହଯୋଗ ଓ ସମନ୍ବୟରେ ଏକ State Action Plan for Elimination of Child Labour କାର୍ଯ୍ୟକାରୀ ହେଉଛି । ଏହା ଅନ୍ତର୍ଗତ ଜିଲ୍ଲାସ୍ତରରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ 1986 ସମ୍ପର୍କୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଶିଶୁ ଅଧିକାର ଏବଂ ଶିଶୁ ଶ୍ରମ ନିରାକରଣ ସମ୍ପର୍କୀତ ସଚେତନତା ଓ ଶିଶୁ ଶ୍ରମ ନିରିକ୍ଷଣ ଓ ଉଦ୍ଧାର ବ୍ୟବସ୍ଥା କାର୍ଯ୍ୟକ୍ରମ କରାଯାଉଛି ।