ଓଡିଶା

odisha

ETV Bharat / city

ରାଜ୍ୟ ବିଧାନସଭା ହେବ ଇ-ବିଧାନ - ରାଜ୍ୟ ବିଧାନସଭା

ବିଧାନସଭା ହେବ କାଗଜ ମୁକ୍ତ । ମନ୍ତ୍ରୀ ବିଧାୟକ ଆଉ ଆଣିବେ ନାହିଁ ନଥିପତ୍ର । ଗୋଟିଏ କ୍ଲିକରେ ମିଳିବ ସବୁ ତଥ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 14, 2019, 11:44 PM IST

ଭୁବନେଶ୍ବର: ରାଜ୍ୟ ବିଧାନସଭା ହେବ ଇ- ବିଧାନ । ଗୋଟିଏ କ୍ଲିକରେ ମିଳିବ ସମସ୍ତ ତଥ୍ୟ । ମନ୍ତ୍ରୀଙ୍କୁ ଆଉ ନଥିପତ୍ର ଖୋଜିବାକୁ ପଡିବ ନାହିଁ । ଖୁବଶୀଘ୍ର ଶିମଲା ବିଧାନସଭା ଢାଞ୍ଚାରେ ଓଡିଶା ବିଧାନସଭା କାର୍ଯ୍ୟକାରୀ ହେବ । ଯେଉଁଥିପାଇଁ ଗତ ମାସରେ ବାଚସ୍ପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଶିମଲା ଗସ୍ତ କରି ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ସରକାର ମଧ୍ୟ ରିପୋର୍ଟକୁ ଗ୍ରହଣ କରିଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ ଓ ବାଚସ୍ପତି ମଧ୍ୟ ଇ-ବିଧାନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଇ-ବିଧାନ ବାବଦକୁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହାର 60 ପ୍ରତିଶତ କେନ୍ଦ୍ର ସରକାର ବହନ କରିବେ । ତେବେ ନିର୍ଦ୍ଧିଷ୍ଟ ଭାବେ ଏହି ଯୋଜନା କେବେ କାର୍ଯ୍ୟକାରୀ ହେବ ତାହା ସ୍ପଷ୍ଟ ହୋଇନାହିଁ ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details