ଗୁରୁବାର ସକାଳ 10.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଆସନ୍ତାକାଲି ସକାଳ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ
19:27 March 24
ଗୁରୁବାର ସକାଳ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ
17:42 March 24
ଧାରଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରନ୍ତୁ ସରକାରଙ୍କ ପ୍ରତିନିଧି
ମାଷ୍ଟରକ୍ୟାଣ୍ଟିନ ଛକକୁ ଧାରଣା ଦେବାକୁ ବିଭିନ୍ନ ସଙ୍ଗଠନ କାହିଁକି ଆସୁଛନ୍ତି ? ସେ ବିଷୟ ବୁଝିବା ପାଇଁ ସରକାର ଜଣେ ଅଫିସରଙ୍କୁ ନିଯୁକ୍ତି ଦିଅନ୍ତୁ ,ଯିଏ କି ପ୍ରତ୍ୟେକ ଦିନ ସେଠାକୁ ଯାଇ ସେମାନଙ୍କ ସହ ଆଲୋଚନା କରିବେ ଓ ସେ ବିଷୟରେ ସରକାରଙ୍କୁ ଜଣାଇବେ । ଏପରି ଗୃହରେ କିଛି ପ୍ରସ୍ତାବ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ।
ଧାରଣା ସ୍ଥଳରେ କାହିଁକି ସରକାରଙ୍କ କେହି ପ୍ରତିନିଧି ଯାଇ ଆଲୋଚନା କରୁନାହାନ୍ତି । ଜଙ୍ଗଲ ବିଭାଗରେ କାର୍ଯ୍ୟ କରୁଥିବା କିଛି କର୍ମଚାରା ଆଜି ରାଜରାସ୍ତାରେ ବସିଛନ୍ତି । ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ପ୍ରଦିପ୍ତ । ତେବେ ବିରୋଧୀ ଦଳର ନେତାଙ୍କ ଏପରି ବିବୃତି ପରେ ବିଭାଗୀୟ ମନ୍ତ୍ରୀଙ୍କୁ ଏବାବଦରେ ବିଚାର କରିବା ପାଇଁ ବାଚସ୍ପତି ନିର୍ଦେଶ ଦେଇଛନ୍ତି ।
12:43 March 24
ଗୃହରେ ବିଜେପି ଓ କଂଗ୍ରେସର ହଟ୍ଟଗୋଳ, ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ଶୂନ୍ୟକାଳରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ କହିବା ପାଇଁ ସୁଯୋଗ ଦିଆ ନ ଯିବା ଅଭିଯୋଗ । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଛନ୍ତି ।
12:22 March 24
ଶୂ୍ନ୍ୟକାଳରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଲା କଂଗ୍ରେସ
ବିଧାନସଭାରେ ଉଠିଲା ଦରଦାମ ବୃଦ୍ଧି ପ୍ରସଙ୍ଗ । ବିଧାନସଭାର ଶୂ୍ନ୍ୟକାଳରେ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଉଠାଇଛି କଂଗ୍ରେସ । ଖାଇବା ତେଲ ଡିଜେଲ ପେଟ୍ରୋଲ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଉଠାଇଛି କଂଗ୍ରେସ ।
12:08 March 24
ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ
ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଅଡ଼ିଓ ଭାଇରଲ ପ୍ରସଙ୍ଗ । ଶୂନ୍ୟକାଳରେ ବ୍ୟୋମକେଶଙ୍କ ଅଡ଼ିଓ ଭାଇରାଲକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ପ୍ରଦୀପ୍ତ ଓ ବ୍ୟୋମକେଶ ରାୟ ।
ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା । ରାଜ୍ୟରେ କିପରି ଶାସନ ଚାଲିଛି ଶାସକ ଦଳର ନେତା ସାଧାରଣ ପୋଲିସ ଏଏସଆଇଙ୍କୁ ଧମକାଇବେ କି ? ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା । ବିଧାୟକ ମାନେ ନିଜ ଆଚରଣରେ ଶାଳୀନତା ରଖନ୍ତୁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରଦୀପ୍ତ । ସେପଟେ ଗୃହରେ ବ୍ୟୋମକେଶଙ୍କ ବିବୃତି ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା ସେ ପୋଲିସ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲା । ତେଣୁ ମୁଁ ତାକୁ ଫୋନ କରିଥିଲି । ମୁଁ କହିଥିଲି ଆଇନ ତା ବାଟରେ ଯିବ ବୋଲି । ସେ ଟଙ୍କା ଆଦାୟ କରୁଥିଲେ । ଲୋକଙ୍କୁ ହଇରାଣ କରୁଥିଲେ । ମୋ ଅଡ଼ିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି ।
ଯଦି ବାଚସ୍ପତି ଚାହିଁବେ ସମ୍ପୂର୍ଣ୍ଣ ଅଡ଼ିଓ ମୁଁ ଗୃହରେ ଉପସ୍ଥାପନ କରିପାରିବି । ମୁଁ ଜଣେ ବିଧାୟକ ମଧ୍ୟବିତ୍ତ ପରିବାରରୁ ଆସିଛି । ମୁଁ ପିଏଚଡ଼ି କରିଛି । ବ୍ୟବହାର କେମିତି କରାଯିବ ସେ କଥା ମୋତେ ଶିଖାନ୍ତୁନି । ବିଜେପିକୁ କାଉଣ୍ଟର କରି କହିଲେ ମୟୂରଭଞ୍ଜର ଜଣେ ବିଧାୟକ ଆସିଷ୍ଟାଣ୍ଟ ଇଂଜିନିୟରକୁ ମାଡ଼ ମାରି ଗିରଫ ହୋଇଥିଲେ ।
11:22 March 24
ପ୍ରଶ୍ନକାଳ, ଉତ୍ତର ରଖୁଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
ପ୍ରଶ୍ନକାଳରେ ଉତ୍ତର ରଖୁଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
10:49 March 24
ଗୃହରେ ଉତ୍ତର ରଖୁଛନ୍ତି କୃଷିମନ୍ତ୍ରୀ
ବିଧାନସଭାରେ ଚାଲିଛି ପ୍ରଶ୍ନକାଳ । କୃଷିବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ମାପ ଓ ଓଜନ ବିଷୟରେ ଉତ୍ତର ରଖୁଛନ୍ତି ।
09:59 March 24
ଆରମ୍ଭ ହେଲା ବିଧାନସଭା ଅଧିବେଶନ
ଆରମ୍ଭ ହେବା ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଏକାଦଶ ଦିନ । ଗୃହ ଆରମ୍ଭରୁ ଆରମ୍ଭ ହୋଇଛି ପ୍ରଶ୍ନକାଳ । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।