ବିଧାନସଭା ବଜେଟ ଉପସ୍ଥାପନ ପୂର୍ବରୁ ପୂନର୍ବାର ଗୃହ ମୁଲତାବୀ । 4ଟା 30 ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ବିଧାନସଭାରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ।
ବଜେଟ ଅଧିବେଶନ, 4ଟା 30 ଯାଏଁ ଗୃହ ମୁଲତବୀ - ବଜେଟ 2021
16:09 February 22
4ଟା 30 ଯାଏଁ ଗୃହ ମୁଲତବୀ
13:33 February 22
ଗୃହ 4 ଟା ଯାଏଁ ମୁଲତବୀ
ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖିବା ସମୟରେ କଂଗ୍ରେସର କକ୍ଷତ୍ୟାଗ । ବିଜେପିର ହଟ୍ଟଗୋଳ । ଗୃହ 4ଟା ଯାଏ ମୁଲତବୀ ।
13:20 February 22
କଂଗ୍ରେସର କକ୍ଷତ୍ୟାଗ
ମଣ୍ଡି ସମସ୍ୟା ନେଇ ଗୃହରେ ଆଲୋଚନାରେ ମନ୍ତ୍ରୀଙ୍କ ଉତ୍ତର ସମୟରେ ବିଧାନସଭାରେ ପୁଣି ବିରୋଧିଙ୍କ ହୋହଲ୍ଲା । କଂଗ୍ରେସର କକ୍ଷତ୍ୟାଗ । ବିଜେପି ବିଧାୟକଙ୍କ ହଟ୍ଟଗୋଳ କରିଛନ୍ତି ।
12:21 February 22
ଧାନ କିଣା ପ୍ରସଙ୍ଗରେ କେନ୍ଦ୍ର ଦୋହରା ନୀତି ଗ୍ରହଣ କରୁଛି । ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡୁଛନ୍ତି । ଧାନ କିଣା ଟଙ୍କା କେନ୍ଦ୍ର ଦେଉନାହିଁ । ଧାନ ସବସିଡି ବାବଦକୁ 7ହଜାର 348 କୋଟି ଟଙ୍କା ବାକି ଅଛି ବୋଲି କହିଲେ ବିଜେଡି ବିଧାୟକ ପ୍ରତାପ ଦେବ । ରାଜ୍ୟ 10 ହଜାର କୋଟି ଟଙ୍କା ଋଣ କରିସାରିଲେଣି । ମିଲର ରାଜ୍ୟ ସରକାରଙ୍କ ଏଜେଣ୍ଟ ନୁହନ୍ତି ଏଫ ସି ଆଇ ଓ କେନ୍ଦ୍ର ସରକାରଙ୍କ ଏଜେଣ୍ଟ । ଏଫସିଆଇ କାହିଁକି ଧାନ ଉଠାଉନି ବୋଲି ପ୍ରତାପ ଜେନା ପ୍ରଶ୍ନ କରିଛନ୍ତି । ଏଫଏକ୍ୟୁ ମାନ ନିର୍ଦ୍ଧାରଣ କଡାକଡି କରାଗଲେ 30 ପ୍ରତିଶତ ଚାଷୀ ଧାନ ବିକ୍ରି କରିପାରିବେନି । ଏଫସିଆଇ ଗତବର୍ଷ 28 ଲକ୍ଷ ମାଟ୍ରିକ ଟନ ଚାଉଳରୁ 17 ଲକ୍ଷ ମେଟ୍ରିକ ଟନ ଉଠାଇଲେ ନାହିଁ । ଯେଉଁମାନେ ଏ କଥା କହୁଛନ୍ତି ସେମାନେ ଏଫ ସି ଆଇକୁ ଏ କଥା କାହିଁକି କହୁନାହାଁନ୍ତି ବୋଲି କହିଲେ ଶାସକ ଦଳ ବିଧାୟକ ପ୍ରତାପ ଦେବ ।
12:20 February 22
ମଣ୍ଡି ଉପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । ଜିଲ୍ଲା ପ୍ରକ୍ୟୁରମେଣ୍ଟର ଭ୍ୟାଲୁ କିଛି ନାହିଁ । 13 କୁଇଣ୍ଟାଲ ଅଣ ଜଳସେଚିତ ଜମି ଓ ଜଳସେଚିତ ଜମିରେ 19 କୁଇଣ୍ଟାଲ ପାଇଁ ଧାର୍ଯ୍ୟ ହୋଇଛି । ବିଭିନ୍ନ ସ୍ଥାନରେ ଅଧିକ ଧାନ ଅମଳ ହେଉଥିବା ବେଳେ ବଳକା ଧାନ ରହୁଛି, ଏହା ଏକ ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।
ଟୋକନ ଠିକ ସମୟରେ ମିଳିପାରୁନି । ଟୋକନ ବ୍ୟବସ୍ଥା କାହିଁକି ଭୁବନେଶ୍ବରରେ ରହୁଛି । କ୍ଷମତାର ବିକେନ୍ଦ୍ରିକରଣ କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର । ଅନେକ ଟୋକନ ଲାପ୍ସ ହେଉଥିବା କଥା ନଜରକୁ ଆସୁଥିବା କଥା ଉଠାଇଲେ ବିଜେପି ନେତା ଜୟ ନାରାୟଣ ମିଶ୍ର । ଏହାକୁ ଉଚ୍ଛେଦ କରିବା ପାଇଁ କହିଲେ ଜୟନାରାୟଣ । ନହେଲେ ସୋସାଇଟିକୁ ଟୋକନ ବିତରଣ କରିବାର କ୍ଷମତା ଦିଆଯାଉ ବୋଲି କହିଲେ ଜୟ ନାରାୟଣ ମିଶ୍ର । କଟନି ଛଟନିକୁ ବନ୍ଦ କରିବା ପାଇଁ କଲେ ଦାବି ।
12:15 February 22
ମଣ୍ଡି ସମସ୍ୟା ନେଇ ଗୃହରେ ଆଲୋଚନା ଆରମ୍ଭ
ମଣ୍ଡି ସମସ୍ୟା ନେଇ ଗୃହରେ ଆଲୋଚନା ଆରମ୍ଭ । ଦିନ 11.30 ରୁ 1.30 ଯାଏ ଚାଲିବ ଆଲୋଚନା । ବିଜେପିର ସଦସ୍ୟମାନଙ୍କୁ 45 ମିନିଟ, କଂଗ୍ରେସକୁ 22 ମିନିଟ ସରକାରୀ ଦଳକୁ 33 ମିନିଟ ଓ ମନ୍ତ୍ରୀଙ୍କୁ 15 ମିନିଟ କହିବାକୁ ସୁଯୋଗ ମିଳିବ ବୋଲି କହିଲେ ବାଚସ୍ପତି ।
11:43 February 22
ନୂତନ ଥାନା କିମ୍ବା ଆଉଟ ପୋଷ୍ଟ ଖୋଲିବା ପାଇଁ ଚିଠି ଲେଖି ବିଧାୟକଙ୍କ ମତାମତ ମାଗିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି । 7 ଦିନ ମଧ୍ୟରେ ବିଧାୟକଙ୍କ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ । ନୂତନ ଥାନା ଖୋଲିବା ନେଇ ଗୃହରେ ବିଧାୟକ ମାନଙ୍କ ଉଦବେଗ ପ୍ରକାଶ ପାଇଥିଲା ।
11:05 February 22
ଗୃହରେ ରାଜସ୍ବ ଆଦାୟ ଓ ଖର୍ଚ୍ଚକୁ ନେଇ ଅର୍ଥମନ୍ତ୍ରୀ ଦେଲେ ତଥ୍ୟ
ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜସ୍ଵ ଆଦାୟ ଓ ଖର୍ଚ୍ଚକୁ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି । ଡିସେମ୍ବର ସୁଦ୍ଧା ଭାଟ, ଜିଏସଟି, ଅବକାରୀ, ଖଣି ରାଜସ୍ବ ଆଦାୟ ସମ୍ପର୍କରେ ତଥ୍ୟ ଉଲ୍ଲେଖ କରିଥିଲେ । ମହାମାରୀ ସମୟରେ ରାଜ୍ୟର ରାଜସ୍ବ ଆଦାୟ କମିଥିଲା ବୋଲି ଅର୍ଥମନ୍ତ୍ରୀ ଗୃହରେ କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି । ଆସନ୍ତବର୍ଷ ଏ ସମସ୍ୟା ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଗୃହକୁ ଆଶ୍ବସ୍ତ କରିଛନ୍ତି ।
10:23 February 22
ଗୃହ କାର୍ଯ୍ୟ ଆରମ୍ଭ, ଅପରାହ୍ନରେ ଆସିବ ବଜେଟ
ଭୁବନେଶ୍ବର: ଆଜି ବିଧାନସଭାରେ ଆର୍ଥିକ ବର୍ଷ 2021-22ର ବଜେଟ ଆଗତ ହେବ । ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ଅପରାହ୍ନ ଅଧିବେଶନରେ ବଜେଟ ଆଗତ ହେବ ବୋଲି ସୂଚନା ମିଳିଛି ।
ଚିଠା ବଜେଟକୁ 9 ତାରିଖରେ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିବାବେଳେ ଚଳିତ ବର୍ଷର ବଜେଟ 1ଲକ୍ଷ 70 ହଜାର କୋଟି ଟପି ଯାଇପାରେ ବୋଲି କୁହାଯାଉଛି । ଯାହା ଗତବର୍ଷ ତୁଳନାରେ 13 ପ୍ରତିଶତରୁ ଅଧିକ ବୋଲି ଆକଳନ କରାଯାଉଛି ।
ଗତ ବର୍ଷ 2020-21ରେ ପ୍ରାୟ 1 ଲକ୍ଷ 50 ହଜାର ଟଙ୍କାର ବଜେଟ ଉପସ୍ଥାପନ ହୋଇଥିଲା । ସେପଟେ ବଜେଟ ଆଗତ ହେବା ପୂର୍ବରୁ ଶନିବାର ଅର୍ଥନୈତିକ ସର୍ଭେ ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ