ଭୁବନେଶ୍ବର: ରାଜ୍ୟରେ ଗତ 3 ବର୍ଷରେ କେତେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି ? କେତେ ଜଣ ଦଣ୍ଡିତ ହୋଇଛନ୍ତି ? ସରକାର କଣ ପଦକ୍ଷେପ ନେଇଛନ୍ତି ? ଆଜି ବିଧାନସଭା ଶୁନ୍ୟକାଳରେ ଏହି ପ୍ରଶ୍ନ ପଚାରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
Odisha Assembly: ଗତ 3 ବର୍ଷରେ କେତେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି ? - ବିଧାନସଭା ମୌସୁମୀ ଅଧିବେଶନ
ଗତ 2019 ରୁ 2022 ଭିତରେ 980ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ସେଥିରୁ 316 ଜଣ ସରକାରୀ ଅଫିସର ,10 ଜଣ ବ୍ୟବସାୟୀ ଓ 2 ଜଣ ରାଜନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ
Odisha Assembly
ଜବାବରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଗତ 2019 ରୁ 2022 ଭିତରେ 980ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ସେଥିରୁ 316 ଜଣ ସରକାରୀ ଅଫିସର ,10 ଜଣ ବ୍ୟବସାୟୀ ଓ 2 ଜଣ ରାଜନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୋଟ ମାମଲାରୁ 336 ଟି ମାମଲା କୋର୍ଟ ବିଚାର କରି 182 ଜ ଙ୍କୁ ଦଣ୍ଡାଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର