ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପରେ ବସିଲା ପ୍ରଥମ ଷ୍ଟାଣ୍ଡିଙ୍ଗ କମିଟି ବୈଠକ । ବରିଷ୍ଠ ବିଜେଡି ବିଧାୟକ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଲା 8 ଜଣିଆ ସଦସ୍ୟ ବୈଠକ । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ଲାନିଂ ବୈଠକ ଅନୁଷ୍ଠିତ ହୋଇଛି ।
ବସିଲା ପ୍ରଥମ ଷ୍ଟାଣ୍ଡିଙ୍ଗ କମିଟି ବୈଠକ - ଷ୍ଟାଣ୍ଡିଙ୍ଗ କମିଟି ବୈଠକ
ବିଧାନସଭା ବଜେଟ ଅଧିବେଶନ ପରେ ବସିଲା ପ୍ରଥମ ଷ୍ଟାଣ୍ଡିଙ୍ଗ କମିଟି ବୈଠକ। ବରିଷ୍ଠ ବିଜେଡି ବିଧାୟକ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଲା 8 ଜଣିଆ ସଦସ୍ୟ ବୈଠକ। ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ଲାନିଂ ବୈଠକ ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ
ବସିଲା ପ୍ରଥମ ଷ୍ଟାଣ୍ଡିଙ୍ଗ କମିଟି ବୈଠକ
ବୈଠକରେ ପରିବହନ, ବାଣିଜ୍ୟ, ଇସ୍ପାତ, ଖଣି, ଜଙ୍ଗଲ ପରିବେଶ ବିଭାଗରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ହୋଇଥିଲା । ପ୍ରଥମ ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ଆଗାମୀ ଦିନରେ ଷ୍ଟାଣ୍ଡିଙ୍ଗ କମିଟି ଜରିଆରେ ବିଧାନସଭାକୁ ପରିପୁଷ୍ଟ କରାଯାଇ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମାପନ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ