ଭୁବନେଶ୍ବର:କଟକଣା ମଧ୍ୟରେ ବସିବ ବିଧାନସଭା ବଜେଟ ଅଧିବେଶନ । ଏଥିପାଇଁ ଆଜି(ମଙ୍ଗଳବାର) ସର୍ବଦଳୀୟ ବୈଠକ ବସିଛି । ବୈଠକରେ ଚଳିତ ମାସ 25 ତାରିଖରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପାଇଁ ଶୋକସଭା କରାଯିବା ନେଇ ନିଷ୍ପତ୍ତି ।
ସେହିପରି ଅଧିବେଶନର ପ୍ରଥମ ଦିନ ଅପରାହ୍ନ 4ଟାରେ ଗୃହ ବସିବ । ରାଜ୍ୟପାଳଙ୍କ ଭାଷଣର ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ମୁଖ୍ୟ ସଚେତକ । 28 ତାରିଖରେ ସରକାରୀ କାର୍ଯ୍ୟ ଦିବସ । 29 ଓ 30 ତାରିଖ ଦୁଇଦିନ ଧରି ଅର୍ଥମନ୍ତ୍ରୀ ଅର୍ଥ ବ୍ୟୟବରାଦ ଆଗତ କରିବେ । ଏହି ଅଧିବେଶନ ମଧ୍ୟରେ 2 ଦିନ କଂଗ୍ରେସ ଓ 3 ଦିନ ବଜେପି ପକ୍ଷରୁ ପ୍ରଶ୍ନ ରଖାଯିବ । ତେବେ ସମ୍ପୂର୍ଣ୍ଣ କୋଭିଡ ନିୟମ ଅନୁସାରେ ଚଳିତ ଅଧିବେଶନ ବସିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ବିଧାୟକମାନଙ୍କ ବସିବା ବ୍ୟବସ୍ଥା ସହ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ ।