କୋଟିଆ ଓ ଚାଷୀ ପ୍ରସଙ୍ଗରେ ଗୃହରେ ହୋହଲ୍ଲା । ସର୍ବଦଳୀୟ ବୈଠକ ସତ୍ତ୍ବେ ବାହାରିଲାନି କୌଣସି ନିଷ୍କର୍ସ । ଗୃହ ଅପରାହ୍ନ 4ଟା ଯାଏ ମୁଲତବୀ ।
ବିଧାନସଭା ବଜେଟ ଅଧିବେଶନ, ଗୃହ ଅପରାହ୍ନ 4 ଟା ଯାଏ ମୁଲତବୀ
12:44 February 25
ଗୃହ ଅପରାହ୍ନ 4 ଟା ଯାଏ ମୁଲତବୀ
12:35 February 25
ସର୍ବଦଳୀୟ ବୈଠକ ଡାକିଲେ ଉପବାଚସ୍ପତି
ଗୃହରେ ବିରୋଧୀଙ୍କ ହୋହଲ୍ଲା । ଚାଷୀ ଓ କୋଟିଆ ପ୍ରସଙ୍ଗରେ ହୋହଲ୍ଲା କଲେ ବିରୋଧୀ । ଗୃହକୁ 10 ମିନିଟ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଲେ ଉପବାଚସ୍ପତି ।
12:23 February 25
ଗୃହରେ ହୋହଲ୍ଲା ଜାରି, ପୁଣି 10 ମିନିଟ ଗୃହ ମୁଲତବୀ
ଗୃହରେ ହୋହଲ୍ଲା ଜାରି ରହିଛି । କୋଟିଆ ଓ ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ମାନେ ହୋହଲ୍ଲା ଜାରି ରଖିଛନ୍ତି । ଫଳରେ ପ୍ରଥମେ 10 ମିନିଟ ଗୃହ ମୁଲତବୀ ହୋଇଥିବାବେଳେ ପୁଣି ଥରେ ଗୃହକୁ 10 ମିନିଟ ମୁଲତବୀ ରଖାଯାଇଛି ।
12:05 February 25
ବିଧାନସଭାରେ ଉଠିଲା ଧାରଣାରତ ଗ୍ରାମରକ୍ଷୀଙ୍କ ପ୍ରସଙ୍ଗ
ବିଧାନସଭାରେ ଉଠିଲା ଧାରଣାରତ ଗ୍ରାମରକ୍ଷୀଙ୍କ ପ୍ରସଙ୍ଗ । ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଉଠାଇଲେ ଧାରଣାସ୍ଥଳର ଦୁର୍ଦ୍ଦଶା କଥା । ସରକାର ଗଣତନ୍ତ୍ରର ସ୍ଵରକୁ ଚାପିବାକୁ ପ୍ରୟାସ କରୁଥିବା କଥା କହିଲେ ପ୍ରଦୀପ୍ତ । ରାଜ୍ୟର ଗ୍ରାମରକ୍ଷୀ ମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ସ୍ଵତ୍ତେ ରାଜ୍ୟ ସରକାର ସେମାନଙ୍କ ସହ ଆଲୋଚନା କରୁନାହାଁନ୍ତି ବୋଲି କହିଲେ ପ୍ରଦୀପ୍ତ । ଏହାସହ ସେମାନଙ୍କୁ ସ୍ଵାସ୍ଥ୍ୟ ସେବା, ବୀମା ଏବଂ ଅନ୍ୟାନ୍ୟ ସରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ଦାବି କଲେ ବିରୋଧୀ ଦଳ ନେତା ।
12:03 February 25
ଗୃହ 10 ମିନିଟ ଯାଏ ମୁଲତବୀ
କୋଟିଆ ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା । ବିଧାନସଭା 10 ମିନିଟ ଯାଏ ମୁଲତବୀ ଘୋଷଣା । ଶୂନ୍ୟକାଳରେ କୋଟିଆ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ।
12:01 February 25
ଶୂନ୍ୟ କାଳରେ ପୁଣି ଉଠିଲା କୋଟିଆ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଉଠାଇଲେ ପ୍ରଶ୍ନ । କୋଟିଆରେ ଆନ୍ଧ୍ର ନିର୍ବାଚନର ଖବର ଥିଲେ ମଧ୍ୟ ସରକାର କାହିଁକି ଚୁପ ରହିଲେ ବୋଲି ପଚାରିଲେ ନରସିଂହ । ସେହିପରି ଇଣ୍ଟେଲିଜେନ୍ସ ପାଖରେ ଖବର ଥିଲା ନା ନାହିଁ । ଯଦି ଥିଲା ତାହେଲେ ମୁଖ୍ୟମନ୍ତ୍ରୀ କାହିଁକି ପଦକ୍ଷେପ ନେଲେ ନାହିଁ । କାହିଁକି ଆନ୍ଧ୍ରର ନିର୍ବାଚନ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ ପଚାରିଲେ ନରସିଂହ ।
11:53 February 25
ସର୍ବାଧିକ 5 ଟି ଜିଲ୍ଲାରେ ଡିଏମଏଫ ଅର୍ଥ ଖର୍ଚ୍ଚ ହୋଇଛି
ସର୍ବାଧିକ 5 ଟି ଜିଲ୍ଲାରେ ଡିଏମଏଫ ଅର୍ଥ ଖର୍ଚ୍ଚ ହୋଇଛି । ସେ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ଯାଜପୁର, ସୁନ୍ଦରଗଡ, ଅନୁଗୋଳ ଏବଂ ଝାରସୁଗୁଡା । କେନ୍ଦୁଝରରେ 3697 କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଖର୍ଚ୍ଚ ହୋଇଛି 1985 କୋଟି, ଯାଜପୁରରେ 1616 କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଖର୍ଚ୍ଚ ହୋଇଛି 1096 କୋଟି । ସେହିପରି ସୁନ୍ଦରଗଡ 4572 କୋଟି ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 1128 କୋଟି, ଅନୁଗୋଳ 1641 କୋଟି ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 956 କୋଟି ଖର୍ଚ୍ଚ ହୋଇଛି । ଅନ୍ୟପଟେ ଝାରସୁଗୁଡାରେ 1470 କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 823 କୋଟି ।
11:03 February 25
ମହାନଦୀ ତଳମୁଣ୍ଡରେ ଅବବାହିକରେ ଆଗାମୀ 5 ବର୍ଷ ଭିତରେ ଇନଷ୍ଟ୍ରମ ଷ୍ଟୋରେଜ ହେବ । ଯାହାଫଳରେ ଜଳ ସଂରକ୍ଷଣ ହୋଇପାରିବ ବୋଲି ଗୃହରେ କହିଲେ ମନ୍ତ୍ରୀ ରଘୁନନ୍ଦନ ଦାସ ।
11:02 February 25
ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ
ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ମହାନଦୀ ଜଳବିବାଦ ନେଇ CWC ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ ଗୃହରେ ଏଭଳି ଅଭିଯୋଗ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ । ହୀରାକୁଦ ଉପର ମୁଣ୍ଡରେ ଥିବା ପ୍ରକଳ୍ପକୁ ନେଇ ବିବାଦ ରହିଛି । ତଳମୁଣ୍ଡରେ ବିବାଦ ନାହିଁ । ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି ବୋଲି କଲେ ପ୍ରଶ୍ନ । ସତୀଘାଟ ଲାଷ୍ମୀପଦର ପ୍ରକଳ୍ପ ଫେରାଇଦେଇଛନ୍ତି CWC ବୋଲି କହିଲେ ସେ । ଯାହାର ଜବାବ ରଖିଲେ ମନ୍ତ୍ରୀ ରଘୁନନ୍ଦନ ଦାସ । CWC ସ୍ଥଗିତ ରଖିଛନ୍ତି । ଟ୍ରିବୁନାଲର ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ଅଛି । ବିଭାଗ CWC ସହ ଯୋଗାଯୋଗରେ ଅଛି । ଟ୍ରିବ୍ୟୁନାଲ 3 ବର୍ଷ ପାଇଁ ହୋଇଥିଲା । ଆଉ 2 ବର୍ଷ ପାଇଁ ବଢ଼ିପାରେ ବୋଲି ମନ୍ତ୍ରୀ କହିଛନ୍ତି ।
10:19 February 25
ବିଧାନସଭା ବଜେଟ ଅଧିବେଶନ, ପ୍ରଶ୍ନକାଳ ଆରମ୍ଭ
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ସପ୍ତମ ଦିନର ଗୃହ କାର୍ଯ୍ୟ ଆରମ୍ଭ । ଚାଲିଛି ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ବିଭାଗୀୟ ମନ୍ତ୍ରୀ ।