ଓଡିଶା

odisha

Assembly Budget session: ଗତ 4 ବର୍ଷର ନାରୀ ହିଂସା ସ୍ଥିତି, ଗୃହରେ ଉତ୍ତର ରଖିଲେ ଦିବ୍ୟଶଙ୍କର

By

Published : Mar 28, 2022, 9:27 PM IST

ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, 2018ରେ ରାଜ୍ୟରେ 628 ନାରୀ ହତ୍ୟା ଜନିତ ମାମଲା ଋଜୁ ହୋଇଥିବା ବେଳେ ସର୍ବାଧିକ 45 ଟି ମାମଲା ବାଲେଶ୍ବର ଜିଲ୍ଲାରେ ରୁଜୁ ହୋଇଛି । ଦ୍ବିତୀୟରେ ମୟୂରଭଞ୍ଜ ଓ କେନ୍ଦଝରରେ 37 ଟି ଲେଖାଏଁ ମାମଲା ରୁଜୁ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ 36 ଟି ନୂଆପଡା ଓ ଗଜପତିରେ 3 ଟି ଲେଖାଏଁ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

ଗତ 4 ବର୍ଷର ନାରୀ ହିଂସା ସ୍ଥିତି ଗୃହରେ ରଖିଲେ ବିଭାଗୀୟ ମନ୍ତ୍ରୀ
ଗତ 4 ବର୍ଷର ନାରୀ ହିଂସା ସ୍ଥିତି ଗୃହରେ ରଖିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଗତ 4 ବର୍ଷରେ ମୋଟାମୋଟି ଆଇନ ଶୃଙ୍ଖଳା ସ୍ଥିତି କଣ ? ବର୍ଷ 2018-19, 2019-20, 2020-21 ରେ ମୋଟ କେତେ ନାରୀ ହତ୍ୟା ମାମଲା ହୋଇଛି ? କେତେ ଯୌତୁକ ଜନିତ ହତ୍ୟା ମାମଲା ହୋଇଛି ? ଏହାସହ କେତେ ଦୁଷ୍କର୍ମ ମାମଲା ହୋଇଛି ? ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସନ୍ତାଷ ସିଂହ ସାଲୁଜା । ତେବେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ଦେଇଥିଲେ ।

ଗତ 4 ବର୍ଷର ନାରୀ ହିଂସା ସ୍ଥିତି ଗୃହରେ ରଖିଲେ ବିଭାଗୀୟ ମନ୍ତ୍ରୀ

ଗୃହରାଷ୍ଟ୍ର ମନ୍ତ୍ରୀ କହିଛନ୍ତି 2018ରେ ରାଜ୍ୟରେ 628 ନାରୀ ହତ୍ୟା ଜନିତ ମାମଲା ଋଜୁ ହୋଇଥିବା ବେଳେ ସର୍ବାଧିକ 45 ଟି ମାମଲା ବାଲେଶ୍ବର ଜିଲ୍ଲାରେ ରୁଜୁ ହୋଇଛି । ଦ୍ବିତୀୟରେ ମୟୂରଭଞ୍ଜ ଓ କେନ୍ଦଝରରେ 37 ଟି ଲେଖାଏଁ ମାମଲା ରୁଜୁ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ 36 ଟି ନୂଆପଡା ଓ ଗଜପତିରେ 3 ଟି ଲେଖାଏଁ ମାମଲା ରୁଜୁ ହୋଇଛି। ସେହିପରି ଯୌତୁକ ଜନିତ ହତ୍ୟା ମାମଲା ରାଜ୍ୟରେ 501 ଟି ପଞ୍ଜିକୃତ ହୋଇଥିବା ବେଳେ ବାଲେଶ୍ବରରେ ସର୍ବାଧିକ 57 ଟି , ଦ୍ବିତୀୟରେ ଭଦ୍ରକ ଜିଲ୍ଲାରେ 47 ଟି, ତୃତୀୟରେ କେନ୍ଦ୍ରପଡା ଜିଲ୍ଲାରେ 38 ଟି ମାମଲା ପଞ୍ଜିକୃତ ହୋଇଛି ।

ଗତ 4 ବର୍ଷର ନାରୀ ହିଂସା ସ୍ଥିତି ଗୃହରେ ରଖିଲେ ବିଭାଗୀୟ ମନ୍ତ୍ରୀ

ସେହିଭଳି 2018ରେ ନାରୀ ଦୁର୍ଷମ ଜନତ ଘଟଣା 2 ହଜାର 502 ଟି ରୁଜୁ ହୋଇଥିବା ବେଳେ ସବୁଠୁ ଅଧିକ 171 ଟି ମୟୂରଭଞ୍ଜ ଜିଲ୍ଲାରେ, ଦ୍ବିତୀୟରେ ବାଲେଶ୍ବରରେ 150 ଟି ଓ ଭୁବନେଶ୍ବରରେ 122 ଟି ମାମଲା ରୁଜୁ ହୋଇଛି । ସବୁଠାରୁ ସର୍ବନିମ୍ନ 20 ଟି ମାମଲା ଦେଓଗଡ ଜିଲ୍ଲାରେ ରୁଜୁ ହୋଇଥିବା ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

ରାଜ୍ୟରେ ଯୌତୁକ ଜନିତ ନିର୍ଯ୍ୟାତନା କ୍ଷେତ୍ରରେ 1 ହଜାର 616 ମାମଲା ରୁଜୁ ହୋଇଥବା ବେଳେ ସବୁଠୁ ସର୍ବାଧିକ ମାମଲା ଭୁବନେଶ୍ବରରେ 120 ପଞ୍ଜିକୃତ ହୋଇଛି । ଏହାପରେ 99 ଟି ମାମଲା ସହ ଦ୍ବିତୀୟରେ ରହିଛି ବାଲେଶ୍ବର । 78 ଟି ମାମଲା ସହ ତୃତୀୟରେ ଗଞ୍ଜାମ ଜିଲ୍ଲା ଥିବାବେଳେ 11 ଟି ମାମଲା ସହ ସୋନପୁର ଜିଲ୍ଲା ଶେଷରେ ରହିଛି ।

ଗତ 4 ବର୍ଷର ନାରୀ ହିଂସା ସ୍ଥିତି ଗୃହରେ ରଖିଲେ ବିଭାଗୀୟ ମନ୍ତ୍ରୀ

ଅନ୍ୟପଟେ 2019ର ତଥ୍ୟ ଦେଇ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ମୋଟ 629 ନାରୀ ହତ୍ୟା ଜନିତ ମାମଲା ରୁଜୁ ହୋଇଥିଲା । ସର୍ବାଧିକ 48 ଟି ମାମଲା ମୟୂରଭଞ୍ଜ ଜିଲ୍ଲାରେ ରୁଜୁ ହୋଇଥିବା ବେଳେ ଦ୍ବିତୀୟରେ ବାଲେଶ୍ବରରେ 47, ତୃତୀୟରେ 35ଟି ମାମଲା କେନ୍ଦ୍ରାପଡାରେ ରୁଜୁ ହୋଇଛି। ଏତତ ବ୍ୟତୀତ 2019 ରେ ଯୌତୁକ ଜନିତ ହତ୍ୟା ମାମଲା ରାଜ୍ୟରେ 341ଟି ପଞ୍ଜିକୃତ ହୋଇଥିଲା । ଯାଜପୁର ଜିଲ୍ଲାରେ ସବୁଠାରୁ ଅଧିକ 38 ଟି , ବାଲେଶ୍ବରରେ 37 ଟି, ତୃତୀୟରେ କେନ୍ଦ୍ରାପଡାରେ 33 ଟି ମାମଲା ପଞ୍ଜିକୃତ ହୋଇଛି। 2019 ରେ ନାରୀ ଦୁଷ୍କର୍ମ ଜନିତ ମାମଲା 2 ହଜାର 950 ଟି ରୁଜୁ ହୋଇଥିବା ମନ୍ତ୍ରୀ କହିଛନ୍ତି । ସେଥିରୁ 203 ଟି ଭଦ୍ରକରେ, ବାଲେଶ୍ବର ଓ ଯାଜପୁରରେ 166 ଟି ମାମଲା ରହିଥିବା ବେଳେ, ତୃତୀୟରେ ବାଲେଶ୍ବରରେ 153 ଟି ମାମଲା ରୁଜୁ ହୋଇଛି। ଏହାବାଦ ରାଜ୍ୟରେ 2019 ବର୍ଷରେ ଯୌତୁକ ଜନିତ ନିର୍ଯ୍ୟାତନା ଜନିତ 2 ହଜାର 532ଟି ମାମଲ ରୁଜୁ ହୋଇଥିବା ବେଳେ ସବୁଠୁ ଅଧିକ 162ଟି ମାମଲା ମୟୂରଭଞ୍ଜରେ, ବାଲେଶ୍ବରରେ 140ଟି ମାମଲା , ତୃତୀୟରେ ଅନୁଗୁଳରେ 126 ଟି ମାମଲା ରୁଜୁ ହୋଇଛି।

ଗତ 4 ବର୍ଷର ନାରୀ ହିଂସା ସ୍ଥିତି ଗୃହରେ ରଖିଲେ ବିଭାଗୀୟ ମନ୍ତ୍ରୀ

ଅନ୍ୟପଟେ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି 2020ରେ ରାଜ୍ୟରେ ମୋଟ 676 ଟି ନାରୀ ହତ୍ୟା ଜନିତ ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ 56 ଟି ମାମଲା ବାଲେଶ୍ବର ଜିଲ୍ଲାରେ, ଦ୍ବିତୀୟରେ ମୟୂରଭଞ୍ଜ ଜିଲ୍ଲାରେ 53, ତୃତୀୟରେ 45 ଟି ମାମଲା କେନ୍ଦୁଝରରେ ରୁଜୁ ହୋଇଛି। 2020ରେ ଯୌତୁକ ଜନିତ ହତ୍ୟା ମାମଲା ସାରା ରାଜ୍ୟରେ 320ଟି ପଞ୍ଜିକୃତ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ସବୁଠାରୁ ଅଧିକ 34ଟି , ବାଲେଶ୍ବରରେ 32ଟି, ତୃତୀୟରେ କଟକରେ 26 ଟି ମାମଲା ପଞ୍ଜିକୃତ ହୋଇଛି। ଏତତ ବ୍ୟତୀତ 2020ରେ ନାରୀ ଦୁର୍ଷମ ଜନିତ ମାମଲା 2 ହଜାର 984ଟି ରୁଜୁ ହୋଇଥିବା ବେଳେ ସବୁଠାରୁ ସର୍ବାଧିକ 258 ଟି ମୟୂରଭଞ୍ଜରେ, ଦ୍ବିତୀୟରେ ବାଲେଶ୍ବରରେ 172ଟି ଓ ତୃତୀୟରେ ଯାଜପୁରରେ 163 ଟି ମାମଲା ରୁଜୁ ହୋଇଛି। 2020 ରେ ଯୌତୁକ ଜନିତ ନିର୍ଯ୍ୟାତନା ମାମଲା 3 ହଜାର 153 ଟି ପଞ୍ଜିକୃତ ହୋଇଥିବା ବେଳେ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ 294 ଟି ଅନୁଗୁଳରେରେ 290ଟି ମାମଲା , ରୁଜୁ ହୋଇଥିଲା । ଗଞ୍ଜାମରେ 158ଟି ମାମଲାଟି ମାମଲା ରୁଜୁ ହୋଇଛି।

ଗତ 4 ବର୍ଷର ନାରୀ ହିଂସା ସ୍ଥିତି ଗୃହରେ ରଖିଲେ ବିଭାଗୀୟ ମନ୍ତ୍ରୀ

ଶେଷରେ ମନ୍ତ୍ରୀ ବର୍ଷ 2021 ର ତାଲିକା ଦେଇ କହିଛନ୍ତି 2021 ରେ ରାଜ୍ୟରେ 610 ନାରୀ ହତ୍ୟା ଜନିତ ମାମଲା ରୁଜୁ ହୋଇଛି । ସର୍ବାଧିକ 49 ଟି ମାମଲା ମୟୂରଭଞ୍ଜରେ, ଯାଜପୁରରେ 44, ବାଲେଶ୍ବରରେ 39 ମାମଲା ରୁଜୁ ହୋଇଛି। 2021 ରେ ଯୌତୁକ ଜନିତ ହତ୍ୟା ମାମଲା ସାରା ରାଜ୍ୟରେ 293 ଟି ପଞ୍ଜିକୃତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ସବୁଠାରୁ ଅଧିକ 29 ଟି , ଯାଜପୁରରେ 27 ଟି, ଖୋର୍ଦ୍ଧାରେ 20ଟି ମାମଲା ପଞ୍ଜିକୃତ ହୋଇଛି। 2021 ରେ ନାରୀ ଦୁଷ୍କର୍ମ ଜନିତ ମାମଲା 3 ହଜାର 327 ଟି ରୁଜୁ ହୋଇଥିବା ବେଳେ ସର୍ବାଧିକ ମାମଲା 261 ଟି ମୟୂରଭଞ୍ଜରେ, ଦ୍ବିତୀୟରେ ବାଲେଶ୍ବରରେ 172ଟି ଓ ତୃତୀୟରେ ଗଞ୍ଜାମରେ 168 ଟି ମାମଲା ରୁଜୁ ହୋଇଛି। 2021 ରେ ରାଜ୍ୟରେ ମୋଟ ଯୌତୁକ ଜନିତ ନିର୍ଯ୍ୟାତନା ମାମଲା 4 ହଜାର 889 ଟି ପଞ୍ଜିକୃତ ହୋଇଥିବା ବେଳେ ସବୁଠୁ ସର୍ବାଧିକ ଗଞ୍ଜାମରେ 633, ଅନୁଗୁଳରେ 455ଟି ମୟୂରଭଞ୍ଜରେ 368 ଟି ମାମଲା ରୁଜୁ ହୋଇଥିବା ମନ୍ତ୍ରୀ କହିଛନ୍ତି।

ଗତ 4 ବର୍ଷର ନାରୀ ହିଂସା ସ୍ଥିତି ଗୃହରେ ରଖିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details