ଭୁବନେଶ୍ବର:ସାର ଆମକୁ ସୁରକ୍ଷା ଦିଅନ୍ତୁ । ବିରୋଧୀ ଦଳର ୨୭ ବିଧାୟକ ମାଫିଆଙ୍କ ଟାର୍ଗେଟରେ । ଆମ ଜୀବନ ପ୍ରତି ବିପଦ ଅଛି । ବାଚସ୍ପତି ସାର ଆମଙ୍କୁ ସୁରକ୍ଷା ଦିଅନ୍ତୁ । ଆଜି ବିଧାନସଭାରେ ଶୂନ୍ୟକାଳରେ ବାଚସ୍ପତିଙ୍କୁ ଏଭଳି ଆକୁଳ ନିବେଦନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ଖଣି ମାଫିଆ, ବାଲି ମାଫିଆ, ପଥର ମାଫିଆ ଖୁଲମ୍ ଖୋଲା ଧମକ ଦେଉଛନ୍ତି । ଗାଡ଼ି ମଡ଼ାଇ ମାରି ଦେବାକୁ ଧମକ ଦେଉଛନ୍ତି। ସରକାରୀ ଅଧିକାରୀ ଓ ବିରୋଧୀ ବିଧାୟକ କେହି ସୁରକ୍ଷିତ ନୁହଁନ୍ତି । ତେଣୁ ବିରୋଧୀ ବିଧାୟକଙ୍କୁ ସୁରକ୍ଷା ଦେବାକୁ ବିରୋଧୀଙ୍କ ତରଫରୁ ବାଚସ୍ପତିଙ୍କୁ ଆଜି ନିବେଦନ କରିଛନ୍ତି ମୋହନ ମାଝୀ ।