ଓଡିଶା

odisha

ETV Bharat / city

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ, ମାର୍ଚ୍ଚ 12 ପର୍ଯ୍ୟନ୍ତ ଗୃହ ମୂଲତବୀ - ମୁଲତବୀ ପ୍ରସ୍ତାବ

ବଜେଟ ଅଧିବେଶନ
ବଜେଟ ଅଧିବେଶନ

By

Published : Feb 27, 2021, 10:26 AM IST

Updated : Feb 27, 2021, 6:50 PM IST

18:42 February 27

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ, ମାର୍ଚ୍ଚ 12 ପର୍ଯ୍ୟନ୍ତ ଗୃହ ମୂଲତବୀ

ଶେଷ ହେଲା  ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ଆସନ୍ତା ମାର୍ଚ୍ଚ 12 ପର୍ଯ୍ୟନ୍ତ ବିଧାନସଭା ମୂଲତବୀ । ବିରୋଧୀଦଳ ନେତାଙ୍କ ଉପରେ ଗୃହରେ ବିବୃତି ରଖିଲେ ଅର୍ଥମନ୍ତ୍ରୀ । ୪୦ ହଜାର କୋଟି କେନ୍ଦ୍ର କେଉଁଠି ଦେଇଛି ବୋଲି ପ୍ରଶ୍ନ କଲେ । ଗତ 6 ବର୍ଷରେ କେନ୍ଦ୍ର ୫୯ ହଜାର ୨୨୨ କୋଟି ଦେଇନି । ୮ ଟି ଯୋଜନା କାଟିଛି କେନ୍ଦ୍ର ବୋଲି ଅର୍ଥମନ୍ତ୍ରୀ କିହଛନ୍ତି ।
 

16:32 February 27

ଗୃହରେ ବଜେଟ ଉପରେ ଚାଲିଛି ଆଲୋଚନା

ଚଳିତ ବିଧାନସଭା ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ।  ବଜେଟ ଉପରେ ଚାଲିଛି ଆଲୋଚନା ।

14:00 February 27

ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ । ବିଧାନସଭାରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

13:28 February 27

ଗୃହରେ କଂଗ୍ରେସ ବିଧାୟକଙ୍କ ମଧ୍ୟ ହଟ୍ଟଗୋଳ

ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟ ଭାଗରେ ପ୍ରତିବାଦ କରୁଛନ୍ତି । 

13:22 February 27

ଆଇନଶୃଙ୍ଖଳା ସମ୍ପର୍କରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକଙ୍କ ହୋହଲ୍ଲା । ଗୃହର ମଧ୍ୟ ଭାଗରେ ହୋହଲ୍ଲା ଓ ନାରାବାଜି କଲେ ବିଧାୟକ । ପ୍ଲାକାର୍ଡ ପ୍ରଦର୍ଶନ କଲେ ବିଜେପି ବିଧାୟକ ।

13:17 February 27

ରାଜନୈତିକ ଚିନ୍ତାଧାରାରେ ଏଭଳି ମୁଲତବୀ ପ୍ରସ୍ତାବ ଅଣାଯାଇଛି । ଗୃହ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଓଡିଶା ପୋଲିସର ପ୍ରଦର୍ଶନ ଭଲ ଅଛି । ଓଡିଶାର ଆଇନ ଶୃଙ୍ଖଳା ସ୍ଥିତି ଯଦି ଏତେ ବିପର୍ଯ୍ୟସ୍ତ ଥାଆନ୍ତା ତାହେଲେ ଓଡ଼ିଶାବାସୀ ଆମକୁ କେବେଠୁ କ୍ଷମତା ବାହାରେ ରଖିସାରନ୍ତେଣି ବୋଲି ଗୃହରେ କହିଲେ ବିଜେଡି ବିଧାୟକ ପ୍ରତାପ ଦେବ ।

12:30 February 27

2020 ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ଭଲ ଅଛି

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା । 2020 ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ଭଲ ଅଛି । ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି । ତିର୍ତ୍ତୋଲ ଓ ବାଲେଶ୍ବରରେ ଉପନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପାଦିତ ହୋଇଥିଲା । କୋଭିଡ ସ୍ଥିତିରେ ବି ଶୃଙ୍ଖଳିତ କାମ ହୋଇଛି । ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ହୋଇନି । ନକ୍ସଲ ସମସ୍ୟା ବି ନିୟନ୍ତ୍ରଣରେ ଅଛି । କମିଶନରେଟ ପୋଲିସ 22 ବର୍ଷ ପରେ ଗୋଟିଏ କେସରେ ସଫଳତା ପାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣଧୀନ ରହିଛି ବୋଲି ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟଟେନ ଦିବ୍ୟଶଙ୍କର ମିଶ୍ର ।

12:25 February 27

କଟକ କଲେଜ ଛାତ୍ରୀଙ୍କୁ ଘରେ ଜାଳିଦେବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ବିହାର ଓ ଉତ୍ତମ ପ୍ରଦେଶ ଭଳି ଗୁଳିଫୁଟୁଛି, ଦାଦାଗିରି ଛିନତାୟୀ ଲୁଟ୍ ହେଉଛି ବୋଲି ଆଇନଶୃଙ୍ଖଳା ପରସ୍ଥିତି ଉପରେ ଗୃହରେ ଆଲୋଚନା ସମୟରେ କହିଲେ ମୋହନ ମାଝୀ । ପିଲାଚୋରୀ ଓ ଅପହରଣ କଥା ବି ଉଠାଇଲେ । ପରୀ ଓ ପିହୁ ଭଳି ଶହଶହ ନିଖୋଜ ଅଛନ୍ତି । ସେହିପରି ମାହାଙ୍ଗା ଡବଲ ମର୍ଡର କଥା ଉଠାଇ  ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ କଲେ ମୋହନ ମାଝୀ । ଘଟଣାରେ ସିବିଆଇ ତଦନ୍ତ କରାଇ ମୁଖ୍ୟମନ୍ତ୍ରୀ ସ୍ଵଚ୍ଛତାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ମୋହନ ମାଝୀ ।

11:58 February 27

ପେଟ୍ରୋଲ ଡିଜେଲ ଦରବୃଦ୍ଧି ନେଇ ଗୃହରେ ଆଲୋଚନା । ଶୂନ୍ୟ କାଳରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ଦାମ କମେଇବା ପାଇଁ କଲେ ଦାବି । 

11:31 February 27

ରାଜ୍ୟରେ ହେବ 20ଟି ସାଇନ୍ସ ପାର୍କ

ରାଜ୍ୟରେ ମୋଟ 30ଟି ସାଇନ୍ସ ପାର୍କ କରାଯିବ । ପ୍ରଥମ ପର୍ଯ୍ୟାୟରେ 10ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ 10ଟି ସାଇନ୍ସ ପାର୍କ ଖୋଲିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଏହା ସହ 4ଟି ସ୍ଥାନରେ ପାର୍କ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ମନ୍ତ୍ରୀ କହିଛନ୍ତି । ସେହିପରି ରାଉରକେଲା ଓ ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଭୁବନେଶ୍ବରରେ ଗୋଟିଏ ସାଇନ୍ସ ପାର୍କ ରହିଛି ବୋଲି ଗୃହରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ମନ୍ତ୍ରୀ । 

11:24 February 27

ବିଧାନସଭାରେ ଉଠିଲା ବଲିଉଡ ଅଭିନେତା ସୋନୁ ସୁଦଙ୍କ କଥା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କିପରି କୋଭିଡ୍‌ ସମୟରେ  ଅଭିନେତା ସୋନୁ ସୁଦ୍ ଓଡିଶାର ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ସେ କଥା କହିଛନ୍ତି । କୋଭିଡ ସମୟରେ ତାମିଲନାଡୁର ଏର୍ଣ୍ଣାକୁଲମର ଏକ ଅନୁଷ୍ଠାନରେ 30 ହଜାର ଝିଅ ସିଲେଇ କରୁଥିଲେ । ସେମାନେ ଆସିନପାରି ସେଠାରେ ଫସି ରହିଥିବାବେଳେ ତାଙ୍କୁ କିପରି ସୋନୁ ସୁଦ ବସରେ ଓଡିଶା ଆଣିଥିଲେ ସେ ପ୍ରସଙ୍ଗ ଗୃହରେ ବାଚସ୍ପତି କହିଛନ୍ତି ।  

10:30 February 27

ବିଧାନସଭା ବଜେଟ ଅଧିବେଶନ ନବମ ଦିନର ଗୃହ କାର୍ଯ୍ୟ ଆରମ୍ଭ । ଚାଲିଛି ପ୍ରଶ୍ନକାଳ । ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । 

10:14 February 27

ବଜେଟ ଅଧିବେଶନ, ଆଇନଶୃଙ୍ଖଳାକୁ ନେଇ ବିଜେପିର ମୁଲତବୀ ପ୍ରସ୍ତାବ

ଭୁବନେଶ୍ବର: ଆଜି ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ଶେଷ ଦିନ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ଆଣିଲା ମୁଲତବୀ ପ୍ରସ୍ତାବ । 

Last Updated : Feb 27, 2021, 6:50 PM IST

ABOUT THE AUTHOR

...view details