ଓଡିଶା

odisha

ETV Bharat / city

Odisha Assembly Budget Session: ଉପସ୍ଥାପନା ହେଲା କାମଚଳା ବଜେଟ

ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଛି ବୋଲି କହିଲେ ପୂଜାରୀ । ଅଧିକ ପଢନ୍ତୁ

ଉପସ୍ଥାପନା ହେଲା କାମଚଳା ବଜେଟ
ଉପସ୍ଥାପନା ହେଲା କାମଚଳା ବଜେଟ

By

Published : Mar 30, 2022, 4:32 PM IST

Updated : Mar 30, 2022, 4:59 PM IST

ଭୁବନେଶ୍ବର: ଷୋଡଶ ବିଧାନସଭା ନବମ ଅଧିବେଶନର କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଉପସ୍ଥାପିତ ହେଉଥିବା କାମଚଳା ବଜେଟର ପରିମାଣ 1 ଲକ୍ଷ 6 ହଜାର 497 କୋଟିରୁ ଅଧିକ ହୋଇପାରେ ।ବଜେଟ ଉପସ୍ଥାପନ ଭାଷଣ ପଢି ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବିକାଶ ପାଇଁ କାମ କରୁଛନ୍ତି । କେନ୍ଦ୍ରୀୟ ସହାୟତା ଉପରେ ନିର୍ଭର କମିଛି । ରାଜ୍ୟରେ ପୁଞ୍ଜି ନିବେଶ ବଢିବାରେ ଲାଗିଛି । ଜାତୀୟ ଅଭିବୃଦ୍ଧି ହାର ଠାରୁ ଓଡିଶାର ଅଭିବୃଦ୍ଧି ଅଧିକ ରହିବାର ଆକଳନ କରାଯାଇଛି ।

ରାଜ୍ୟର ଆର୍ଥିକ ସ୍ଥିତି ଜାତୀୟ ହାର ଠାରୁ ଅଧିକ ରହିବ । ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 9.0 ରୁ 9.5% ରହିବ । ଆସନ୍ତା 4 ମାମ ପାଇଁ କାମଚଳ ବଜେଟ ଉପସ୍ଥାନ କରିଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ କହିଛନ୍ତି ଋଣଭାରାକ୍ରାନ୍ତରୁ ରାଜ୍ୟ ସରକାର ବାହାରକୁ ଆସିଛନ୍ତି । ରାଜ୍ୟରେ ବେକାରୀ ସଂଖ୍ୟା କମିଛି । ଖଣି ରାଜସ୍ବ ବଢିଛି ।

ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଛି । ଦେଶର ଅଭିବୃଦ୍ଧି ହାର ୭.୮% ରହିବା ଆକଳନ କରାଯାଇଛି। ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୨% ରହିବା ଆକଳନ ହୋଇଛି ।

  • ଗତ ୨ ବର୍ଷରେ ଓଡ଼ିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ବିକାଶ କରୁଛି ।
  • ୨୦୦୫-୨୦୦୬ ଆର୍ଥିକ ବର୍ଷ ପରଠାରୁ କ୍ରମାଗତ ଭାବେ ରାଜସ୍ବ ବଳକା ହୋଇଆସୁଛି ।
  • ବିକାଶ ଦିଗରେ କାର୍ଯ୍ୟ ହେତୁ କେନ୍ଦ୍ର ଅନୁଦାନ ଉପରେ ନିର୍ଭର କମିଛି: ଅର୍ଥମନ୍ତ୍ରୀ
  • ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ବ୍ୟୟ ନିମନ୍ତେ ମୋଟ ୮୯,୬୨୦ କୋଟି ଟଙ୍କା ।
  • ଯେଉଁଥିରେ ଦରମା ବାବଦକୁ ୨୯,୨୪୮ କୋଟି, ପେନସନ ବାବଦକୁ ୧୮୨୨୧ କୋଟି
  • ସୁଧ ଦେୟ ବାବଦକୁ ୮୪୬୭ କୋଟି, ପୁଞ୍ଜି ସମ୍ପତ୍ତିର ରକ୍ଷାଣବେକ୍ଷଣ ପାଇଁ ୫୮୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
  • ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଆକଳନ ।
  • ସେହିଭଳି ରାଜସ୍ୱ ବ୍ୟୟ ୧ ଲକ୍ଷ ୪୪ ହଜାର ୩୪୯ କୋଟି ଟଙ୍କା ଆକଳନ ।
  • ରାଜସ୍ୱ ବଳକା ୧୯ ହଜାର ୬୧୮ କୋଟି । ବିତ୍ତୀୟ ନିଅଣ୍ଟ ୨୧ ହଜାର ୫୮୮ କୋଟି ଟଙ୍କା ରହିବ ବୋଲି ଆକଳନ ।
  • ୨୦୨୨-୨୩ରେ ରାଜ୍ୟର GSDP ଅଭିବୃଦ୍ଧି ୧୨%ରୁ ଅଧିକ ସମ୍ଭାବନା
  • ୨୦୦୫-୦୬ ପରଠାରୁ ରାଜ୍ୟ କ୍ରମାଗତ ରାଜସ୍ୱ ବଳକା ହାସଲ କରୁଛି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 30, 2022, 4:59 PM IST

ABOUT THE AUTHOR

...view details