ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡିଶା ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ । ସେପଟେ ଗୃହରେ କଣ ରହିବ ମୁଖ୍ୟ ବିରୋଧୀ ବିଜେପିର ଆଭିମୁଖ୍ୟ ସେନେଇ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ରଣନୀତି । ଏନେଇ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, "ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଭୁବନେଶ୍ୱରର ରାଜରାସ୍ତା ସାଧାରଣ ଲୋକଙ୍କ ପାଇଁ ସୁରକ୍ଷିତ ନାହିଁ । ମହିଳା ରାସ୍ତାରେ ବାହାରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି । ଚାଷୀ ଆତ୍ମହତ୍ୟା ବଢୁଛି, ନିଜେ ସରକାର କହୁଛନ୍ତି ଚାଷୀ ଆତ୍ମହତ୍ୟା କରୁଛନ୍ତି । ହେଲେ ପାରିବାରିକ କାରଣରୁ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ସରକାର କହୁଛନ୍ତି ।"
Odisha Assembly Budget Session: ବିଜେପିର ରଣନୀତି ପ୍ରସ୍ତୁତ
ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡିଶା ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ । ଅଧିକ ପଢନ୍ତୁ
ବିଜେପିର ରଣନୀତି ପ୍ରସ୍ତୁତ
ସେହିପରି ଲୋକଙ୍କ ଧନ ଜୀବନ ରକ୍ଷା ସରକାରଙ୍କର ପ୍ରଥମ କର୍ତ୍ତବ୍ୟ । ପ୍ରଶ୍ନକାଳରେ ମନ୍ତ୍ରୀ ମାନେ ଉତ୍ତର ଦେବାରେ ସକ୍ଷମ ହେଉନାହାନ୍ତି । ସରକାର ଆଲୋଚନା କରିବା ପାଇଁ ଚାହୁଁନାହାନ୍ତି । ସରକାର ଗଣ୍ଡଗୋଳର ସୃଷ୍ଟିକର୍ତ୍ତା । କୌଣସି ଗୁରୁତର ପ୍ରସଙ୍ଗକୁ ସରକାର ଏଡାଇବାକୁ ଚାହିଁଲେ ଆମେ ଚୁପ ବସିବୁ ନାହିଁ । ସେହିଭଳି ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ ପୁଣି ଥରେ ବିଧାନସଭାରେ ଉଠାଇବ ବିଜେପି ବୋଲି ସୂଚନା ଦେଇଛନ୍ତି ଜୟନାରାୟଣ ।
ଇଟିଭି ଭାରତ, ଭୁବନେଶ୍ବର