ଓଡିଶା

odisha

ETV Bharat / city

Odisha Assembly: ଶୁକ୍ରବାର ଦିନ ୧୦.୩୦ ଯାଏଁ ଗୃହ ମୁଲତବୀ, ପାରିତ ହେଲା 3 ବିଲ୍

ହଟ୍ଟଗୋଳ ମଧ୍ୟରେ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଚାଲି ପାରିଲା ନାହିଁ ବିଧାନସଭା । ଶୁକ୍ରବାର ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି । ଅଧିକ ପଢ଼ନ୍ତୁ...

By

Published : Sep 2, 2021, 5:33 PM IST

ଶୁକ୍ରାବର  ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ
ଶୁକ୍ରାବର ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ମଧ୍ୟ ଏକପ୍ରକାର ଧୋଇଗଲା । ଏପଟେ ବିଧାନସଭାକୁ ଶୁକ୍ରବାର ସକାଳ ୧୦.୩୦ ଯାଏଁ ମୁଲତବୀ କଲେ ବାଚସ୍ପତି । ଲଗାତାର ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଦ୍ବିତୀୟ ଦିନ ମଧ୍ୟ ଗୃହକୁ ଚଳାଇ ଦେଇନଥିଲେ ବିରୋଧୀ ।

ଗୃହ ଆରମ୍ଭରେ ପ୍ରଶ୍ନକାଳରେ କଂଗ୍ରେସ ଓ ବିଜେପି ଉଭୟ ମରୁଡ଼ି ଉପରେ ଆଲୋଚନା କରିବାକୁ ବାଚସ୍ପତ୍ତିଙ୍କୁ ଦାବି କରିଥିଲେ । ଏହାକୁ ନେଇ କୃଷିମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲେ ବିରୋଧୀ । ହଟ୍ଟଗୋଳ ବଢ଼ି ଚାଲିବାରୁ ଗୃହକୁ ଗୁରୁବାର ଅପରାହ୍ଣ ୪ଟା ଯାଏଁ ମୁଲତବୀ କରାଯାଇଥିଲା ।

ପୁନଃ ଗୃହ ଆରମ୍ଭ ହୋଇଥିଲେ ସୁଦ୍ଧା ଏହାକୁ ଚଳାଇ ଦେଇନଥିଲେ ବିରୋଧୀ । ଫଳରେ ବାଧ୍ୟ ହୋଇ ବାଚସ୍ପତି ଶୁକ୍ରବାର ୧୦.୩୦ ପର୍ଯ୍ୟନ୍ତ ଗୃହକୁ ମୂଲତବୀ କରିଛନ୍ତି । ଗୁରୁବାର ହଟ୍ଟଗୋଳ ମଧ୍ୟରେ ୩ଟି ବିଲ ପାରିତ ହୋଇଛି । ସ୍ବାସ୍ଥ୍ୟ ବିଶ୍ବ ବିଦ୍ୟାଳୟ ବିଲ୍, ଜିଏସଟି ସଂଶୋଧନ ବିଲ ଓ ବସ୍ତି ବାସନ୍ଦା ସଂଶୋଧନ ବିଲ ପାରିତ ହୋଇଛି ।

ବିରୋଧୀଙ୍କ ହଟ୍ଟୋଗଳ ଯୋଗୁଁ ଗୃହରେ କୌଣସି ବିଷୟରେ ସବିଶେଷ ଆଲୋଚନା ହୋଇ ପାରିନାହିଁ । ଫଳରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ବାକି ରହିଛି । ତୃତୀୟ ଦିନରେ ବିରୋଧିଙ୍କ ଆଭିମୁଖ୍ୟ କଣ ରହିବ ତାହରି ଉପରେ ରହିଛି ସଭିଙ୍କ ନଜର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

ABOUT THE AUTHOR

...view details