ଓଡିଶା

odisha

ETV Bharat / city

ରାଷ୍ଟ୍ରପତିଙ୍କୁ ନେଇ ଅଧୀରଙ୍କ ଅପଶବ୍ଦ: ଅପରାହ୍ନ 4ଟା ଯାଏଁ ବିଧାନସଭା ମୁଲତବୀ - adhir ranjan calls rashtrapatni to draupadi murmu

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ଧୋଇଗଲା ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟ କାଳ । ଅପରାହ୍ନ 4ଟା ଗୃହକାର୍ଯ୍ୟ ମୁଲତବୀ ଘୋଷଣା କଲେ ବାଚସ୍ପତି । ଅଧିକ ପଢନ୍ତୁ

ସାଂସଦ ଅଧୀରଙ୍କ ରାଷ୍ଟ୍ରପତ୍ନୀ ମନ୍ତବ୍ୟ: ବିଧାନସଭା ଅପରାହ୍ନ 4ଟା ଯାଏଁ ମୁଲତବୀ
ସାଂସଦ ଅଧୀରଙ୍କ ରାଷ୍ଟ୍ରପତ୍ନୀ ମନ୍ତବ୍ୟ: ବିଧାନସଭା ଅପରାହ୍ନ 4ଟା ଯାଏଁ ମୁଲତବୀ

By

Published : Jul 28, 2022, 12:08 PM IST

ଭୁବନେଶ୍ବର: ସଂସଦରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଧାନସଭାରେ ଝଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ସାଂସଦ ଅଧୀର । ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଓଡ଼ିଶା ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ଓଡିଶା ବିଜେପି ବିଧାୟକ ହଙ୍ଗାମା କରିଛନ୍ତି । ଗୃହର ମଧ୍ୟ ଭାଗରେ ପ୍ଲାଗ କାର୍ଡ ଧରି ଜୋରଦାର ନାରବାଜି କରିଛନ୍ତି BJP ବିଧାୟକ । ତେଣୁ ବାଧ୍ୟ ହୋଇ ବାଚସ୍ପତି ଗୃହକାର୍ଯ୍ୟକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ଓଡ଼ିଶା ବିଧାନସଭାର ପ୍ରଶ୍ନ ଓ ଶୂନ୍ୟ କାଳ ଧୋଇ ଯାଇଛି । ବିଜେପି ବିଧାୟକଙ୍କ ଜୋରଦାର ହଙ୍ଗାମା ଯୋଗୁଁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ହୋଇଛି ଗୃହ । ବାଚସ୍ପତି ଗୃହକୁ ପ୍ରବେଶ କରିବା କ୍ଷଣି ବିଜେପି ବିଧାୟକମାନେ ନାରାବାଜି ଆରମ୍ଭ କରିଥିଲେ । ବିଜେପିର ସମସ୍ତ ବିଧାୟକ ପୋଡିୟମ ନିକଟକୁ ଚାଲି ଆସିଥିଲେ । ପ୍ଲାଗ କାର୍ଡ ଧରି କଂଗ୍ରେସ ବିରୋଧରେ ଜୋରଦାର ନାରବାଜି ବିଜେପି ବିଧାୟକ କରିଛନ୍ତି । ଏହି ପ୍ରସଙ୍ଗ ପ୍ରଶ୍ନ କାଳ ବଦଳରେ ଶୂନ୍ୟ କାଳରେ ଉଠାଇବା ଲାଗି ବାଚସ୍ପତି ବିଜେପି ଦଳକୁ ପରାମର୍ଶ ଦେଇଥିଲେ । ହେଲେ ବିଜେପି ବିଧାୟକ ଏହାକୁ ଗ୍ରହଣ କରିନଥିଲେ ।

ଗୃହ କାର୍ଯ୍ୟ ସ୍ବାଭାବିକ କରିବା ଲାଗି ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ । ନିଜ ସ୍ଥାନକୁ ଫେରି ଯାଇ ପ୍ରଶ୍ନକାଳରେ ସାମିଲ ହେବା ଲାଗି ବାଚସ୍ପତି ବିରୋଧୀ ଦଳ ବିଧାୟକଙ୍କୁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ଜାରି ରହିଥିଲା । ବିଭିନ୍ନ ବିଧାୟକଙ୍କର ଉତ୍ତର ରଖୁଥିଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏହାରି ମଧ୍ୟରେ ଯାଜପୁର ବିଧାୟକ ବାଚସ୍ପତିଙ୍କ ନିକଟକୁ ଆସିଥିଲେ । କିଛି ଗୋଟେ ଆଲୋଚନା କରି ଫେରି ଯାଇଥିଲେ । ପୁନର୍ବାର ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ଲାଗି ବାଚସ୍ପତି ଅନୁରୋଧ କରିଥିଲେ । ହେଲେ ପୂର୍ବ ଅବସ୍ଥା ଜାରି ରହିବାରୁ ଗୃହ କାର୍ଯ୍ୟକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।

ABOUT THE AUTHOR

...view details