ଓଡିଶା

odisha

ETV Bharat / city

ଏଣିକି ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିପାରିବେନି ବିଧାୟକ

ବିଧାନସଭାରେ ଅଚଳାବସ୍ଥା । ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ଗୃହ 4.42 ଯାଏ ମୁଲତବୀ । ସ୍ବାଭାବିକ ପାଇଁ ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି ।

By

Published : Nov 13, 2019, 5:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଧାନସଭାରେ ଅଚଳାବସ୍ଥା । ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ଗୃହ 4.42 ଯାଏଁ ମୁଲତବୀ । ସ୍ବାଭାବିକ ପାଇଁ ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି ।

ବିଧାୟକଙ୍କୁ ଗୃହ ମଧ୍ୟ ଭାଗକୁ ଆସିବା ଉପରେ କଟକଣା, ଗୃହରେ ଅଚଳାବସ୍ଥା

ସେପଟେ ଗୃହ ମୁଲତବୀ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,‘ଆମେ book circle 47 ପାଇଁ ସଚେତନ ଅଛୁ । ଯଦି କେହି ଅଫିସର ମାନି ନଥିଲେ, ସବୁ ଅଧିକାର ଅଛି ସ୍ବାଧୀକାର କମିଟିର ହସ୍ତକ୍ଷେପ ପାଇଁ । ମୁଁ ସବୁ ଦଳ ନେତାଙ୍କୁ ଗୋଟେ ଚିଠି ପଠେଇଛି ଯେ ଗୃହ ମଧ୍ୟଭାଗକୁ ଆସିବା ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଉଛି । ସଂସଦର ବାଚସ୍ପତି ଓମ ବିର୍ଲା ବି ସମାନ କଥା କହିଛନ୍ତି । ଆମେ କମିଟି ହୋଇ ହିମାଚଳ ପ୍ରଦେଶ ବିଧାନସଭା ଯାଇଥିଲୁ । ସେଠି କେହି ଗୃହ ମଧ୍ୟ ଭାଗକୁ ଆସନ୍ତି ନାହିଁ । କୌଣସି ମନ୍ଦ ଉଦେଶ୍ୟରେ କହିନଥିଲି । ମୁଁ ସକାଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଦେଖିନଥିବାରୁ ନରସିଂହ ମିଶ୍ରଙ୍କୁ ସୁଯୋଗ ଦେଲି । କ୍ଷମା ବି ମାଗିଛି । ପ୍ରଶ୍ନଉତ୍ତର ବନ୍ଦ ହୁଏନି । ଉଭୟ ବିରୋଧୀଙ୍କ ସମାନ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ । ଗୃହ ଶାନ୍ତ କରିବାକୁ ମୁଲତବୀ କଲି । ବିରୋଧୀ ଦଳ ନେତା ଯେଉଁ ଭାବେ ଚିଠି ଦେଇଥିଲେ, ସେମିତି ହୁଏନି । ହୁଏତ କାଲି ଏହି ମୋଶନ ଉପରେ ଆଲୋଚନା ହୋଇପାରିବ ।’

ଅନ୍ୟପଟେ ଏହାକୁ ନେଇ ନରସିଂହ ମିଶ୍ର କହିଛନ୍ତି,‘ସରକାର ଆଲୋଚନା ପାଇଁ ଚାହୁଁନାହାନ୍ତି । ପ୍ରଶ୍ନକାଳକୁ ବାତିଲ କରାଯାଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ପରମ୍ପରା ରହିଛି ।’

ଯାଜପୁର ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ନରସିଂହ । ପ୍ରଶ୍ନକାଳକୁ ବାତିଲ କରି ଆଲୋଚନା ପାଇଁ ଦାବି କରିଥିଲେ ନରସିଂହ । ତେବେ ବାଚସ୍ପତି ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବାକୁ କହିଥିଲେ । ଏ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ମୁଲତବୀ ପ୍ରସ୍ତାବ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details