ଭୁବନେଶ୍ବର: ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଆଜି ଥିଲା ନବମ ଦିନ । ଅଧିବେଶନରେ ଗୋଟିଏ ବି ଦିନ ହୋଇପାରିଲା ନାହିଁ ସ୍ବାଭାବିକ । ଫଳରେ ୧୭ ଟି କାର୍ଯ୍ୟ ଦିବସ ବାକି ଥାଇ ୨୦ ଦିନ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁତଲବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ (Govt chief whip Pramila Mallick) କହିଛନ୍ତି ଆଉ କୌଣସି ବିଜନେସ ନଥିବାରୁ ଗୃହ ମୁଲତବୀ ପ୍ରସ୍ତାବ ଆଣିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଉପରେ ମୋହର ମାରି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁତଲବୀ ଘୋଷଣା କଲେ ବାଚସ୍ପତୀ ସୂର୍ଯ୍ୟ ନାରାୟଣ ପାତ୍ର ।