ଭୁବନେଶ୍ବର: ଆସନ୍ତା 30 ତାରିଖ ଠାରୁ ଜୁଲାଇ 14 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ବାଦଶ କ୍ରିକେଟ ବିଶ୍ବକପ । ଆଉ ଏହି ବିଶ୍ବକପରେ ଟିମ ଇଣ୍ଡିଆକୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ଏଲ ଈଶ୍ବର ରାଓ ।
ସୂକ୍ଷ୍ମ କଳାକୃତି ନିର୍ମାଣ କରିବା ପାଇଁ ଜଣାଶୁଣା ରାଓ ପେନସିଲ ମୁନରେ ଅଧ ସେଣ୍ଟିମିଟରର ଏକ ବିଶ୍ବକପ ପ୍ରତିକୃତି କରିଛନ୍ତି ।