ଭୁବନେଶ୍ବର: ରାଜ୍ଯରେ ୧୦୦ରୁ ଉର୍ଦ୍ଧ୍ବ ଆଇନଜୀବୀ କୋଭିଡରେ ପ୍ରାଣ ହରାଇଛନ୍ତି । କୋର୍ଟରେ କାର୍ଯ୍ୟରତ ରହି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ନିଜର ଜୀବନ ହରାଇବାକୁ ପଡିଛି ଏଭଳି ମହାମାରୀ ପାଇଁ । ଯାହାକୁ ନେଇ ଓକିଲର ପରିବାର ନାନାଦି ଆର୍ଥିକ ସମସ୍ୟାରେ ସାମ୍ନା କରୁଛନ୍ତି । ଯାହାକୁ ନେଇ ଓଡ଼ିଶା ଷ୍ଟେଟବାର କାଉନସିଲ ଏବଂ ରାଜ୍ୟ ସରକାରଙ୍କ ପାଖରେ କୋଭିଡ ସମୟରେ ଓଡିଶାର ଯେଉଁ ଆଇନଜୀବୀ ମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କର ପରିବାରକୁ 10 ଲକ୍ଷ ଟଙ୍କାର ସହାୟତା ରାଶି ଦେବା ପାଇଁ ଦାବି ଉପସ୍ଥାପନ କରିଛି ।
ଆଇନଜୀବୀଙ୍କ କୋଭିଡ ମୃତ୍ୟୁ ପିଛା ୧୦ ଲକ୍ଷ, ଦାବି କଲା ଅଲ ଓଡିଶା ଲୟର୍ସ ଆସୋସିଏସନ - Odisha Advocates Welfare Fund
କୋଭିଡରେ ଆଇନଜୀବୀ ପ୍ରାଣ ହରାଇଲେ ମୃତ୍ୟୁ ପିଛା ୧୦ ଲକ୍ଷ ଟଙ୍କା ଦାବି କଲା ଅଲ ଓଡିଶା ଲୟର୍ସ ଆସୋସିଏସନ । ଅଧିକ ପଢନ୍ତୁ...
ଓଡିଶା ଷ୍ଟେଟ ଲୟର୍ସ ଆସୋସିଏସନର କହିବାନୁସାରେ, ରାଜ୍ୟ ସରକାର Odisha Advocates Welfare Fund (Amendment Act)ରେ Welfare Trust Committeeକୁ ସ୍ବତନ୍ତ୍ର ଅଧିକାର ବଳରେ Welfare ରାଶିକୁ ବଢ଼ାଇବା ପାଇଁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛନ୍ତି । ଯଦି Welfare trust ରେ ଅର୍ଥ ରାଶି ମହଜୁଦ ଥାଏ ତେବେ Trust Committee ରାଜ୍ୟ ସରକାରଙ୍କୁ ସହାୟତା ରାଶି ବଢ଼ାଇବା ପାଇଁ ସୁପାରିଶ କରିପାରିବେ । ତେଣୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ଦାବି କରିଛି ଏଥି ସହ ଆଡିସିନାଲ ଷ୍ଟାମ୍ପ ପାଇଁ ପ୍ରତ୍ୟେକ ବକଲତନାମାରେ କର୍ପସ ଫଣ୍ଡ ପାଇନ ୧୦୦ ଟଙ୍କାର stamp feeକୁ ପ୍ରତ୍ୟାହାର କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ