ଭୁବନେଶ୍ବର:ସାମ୍ବାଦିକଙ୍କୁ କୋରୋନା ଟିକା ପାଇଁ ଚିଠି । ଏସିଏସ ପ୍ରଦୀପ୍ତ ମହାପାତ୍ର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଏହି ଚିଠି ଲେଖିଛନ୍ତି । ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ଛାପା ଓ ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଟିକାକରଣରେ ସାମିଲ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।
ସାମ୍ବାଦିକଙ୍କୁ କୋରୋନା ଟିକା ପାଇଁ ଚିଠି - ଭୁବନେଶ୍ବର ନ୍ୟୁଜ

18:15 March 17
ସାମ୍ବାଦିକଙ୍କୁ କୋରୋନା ଟିକା ପାଇଁ ଚିଠି
ରାଜ୍ୟରେ ଫେବ୍ରୁଆରୀ 2021 ଠାରୁ ଟୀକାକରଣ ପାଇଁ ଆରମ୍ଭ ହୋଇଛି । ଏବେ ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗର ବ୍ୟକ୍ତିବିଶେଷଙ୍କୁ ଟିକାକରଣରେ ସାମିଲ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର।
ଫେବୃଆରୀ ଠାରୁ ରାଜ୍ୟରେ ଫ୍ରଣ୍ଟ ଲାଇନ୍ ୱାର୍କର୍ସଙ୍କୁ ଟୀକାକରଣ କରାଯାଉଛି। ତଥାପି, ଅନେକ ବ୍ୟକ୍ତିବିଶେଷଙ୍କ ବର୍ଗ ଯେଉଁମାନେ ସେମାନଙ୍କର କାର୍ଯ୍ୟରେ ଅନେକ ଲୋକଙ୍କ ସଂକ୍ରମଣର ସଂସ୍ପର୍ଶରେ ଆସିବାର ସମ୍ଭାବନା ରହିଛି, ସେମାନଙ୍କୁ FLWS ଭାବରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ତେଣୁ ଖୁବ ଶୀଘ୍ର ଏହି ମାନଙ୍କୁ FLWS ଭାବରେ ଅନ୍ତର୍ଭୂକ୍ତ କରାଯାଉ ବୋଲି ଚିଠିରେ ଦର୍ଶାଯାଇଛି ।
ସାମ୍ବାଦିକ ତଥା ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ମିଡିଆର କର୍ମଚାରୀ। ବିଦ୍ୟୁତ୍ ଏବଂ ଜଳ ପରି ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣରେ ନିୟୋଜିତ କର୍ମଚାରୀ, ବିମାନବନ୍ଦର, ରେଳବାଇ ଏବଂ ସମୁଦ୍ର ବନ୍ଦରରେ ନିୟୋଜିତ କର୍ମଚାରୀ, ପ୍ରଭୁ ଜଗନ୍ନାଥ ମନ୍ଦିରର ସେବାୟତ (ପୁରୋହିତ)ଏବଂ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ ସାମିଲ ପାଇଁ ମଧ୍ୟ ଚିଠିରେ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ