ଭୁବନେଶ୍ବର: ଓଡିଆ ସଂସ୍କୃତି ଏବଂ ଅସ୍ମିତା ସହିତ ଅଙ୍ଗାଅଙ୍ଗି ଭାବେ ଜଡିତ ପଖାଳ । ପ୍ରତିଟି ଓଡିଆର ମନପ୍ରାଣ ଓ ଆତ୍ମାକୁ ତୃପ୍ତି ଆଣିଦିଏ ପଖାଳ । ଏମିତିକି ପଖାଳ ନାଁ ଶୁଣିଲେ ଆପେଆପେ ପାଟିକୁ ପାଣି ଆସିଯାଏ । ଓଡ଼ଆଙ୍କ ପ୍ରିୟ ଖାଦ୍ୟ କଥା ଉଠିଲେ ଅଧିକାଂଶଙ୍କ ମୁଁହରେ ପ୍ରଥମ ପଖାଳ ଶବ୍ଦଟି ନିଶ୍ଚେ ଶୁଣିବାକୁ ମିଳିବ। ପଖାଳକୁ ନେଇ ବାହାର ରାଜ୍ୟରେ ଲୋକ ଅନେକ ମତ ଦିଅନ୍ତି । କେହି କୁହନ୍ତି ଏହା ସ୍ବାସ୍ଥ୍ୟ ପ୍ରତି କୌଣସି ଲାଭଦାୟକ ନୁହେଁ । କେହି କୁହନ୍ତି ଏହା ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ । କିନ୍ତୁ ଏହି ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି ଏମ୍ସ । କାରଣ ଏମ୍ସର ଏକ ଗବେଷଣା ମୁତାବକ ପଖାଳ ଖାଇଲେ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ବୋଲି କହିଛି ଭୁବନେଶ୍ବର AIIMS ।
ସାଧାରଣତଃ ରାତିର ବଳକା ଭାତକୁ ପାଣି ପୁରାଇ ରଖାଯାଏ । ଏହାପରେ ତାପରଦିନ ସକାଳେ ଏହାକୁ ଖିଆଯାଇଥାଏ। ଖଟା ସ୍ବାଦ ଦେଉଥିବା ତୋରାଣି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଲାଗି ହୁଏ । ଶ୍ରୀକ୍ଷେତ୍ରେ ଏହା ଟଙ୍କ ତୋରାଣି ଭାବରେ ପରିଚିତ । କେବଳ ଓଡ଼ଶା ନୁହେଁ ବଂର ପୂର୍ବ ଭାରତରେ ଅନେକ ରାଜ୍ୟରେ ପଖାଳ ଲୋକଙ୍କ ଆଦୃତ । ପଖାଳ ଖାଇଲେ ପେଟରୋଗ ହୁଏନାହିଁ ବୋଲି କଥା ରହିଛି । ତେବେ କିଭଳି ଭାବରେ ଏହା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଆସନ୍ତୁ ଜାଣିବା ।