ଓଡିଶା

odisha

ETV Bharat / city

HOLI 2022: ରଙ୍ଗିନ ହେଲା ବାହାରିନ, ଓଡ଼ିଆ ସମାଜ ପାଳିଲା ହୋଲି

ପଶ୍ଚିମ ଏସିୟ ଦେଶ ବାହାରିନରେ ଓଡ଼ିଆ ସମାଜ ପକ୍ଷରୁ ରଙ୍ଗର ପର୍ବ ହୋଲି ଧୁମଧାମରେ ପାଳନ ହୋଇଛି । ଅଧିକ ପଢନ୍ତୁ

HOLI 2022: ରଙ୍ଗିନ ହେଲା ବାହାରିନ, ଓଡ଼ିଆ ସମାଜ ପାଳିଲା ହୋଲି
HOLI: ରଙ୍ଗିନ ହେଲା ବାହାରିନ, ଓଡ଼ିଆ ସମାଜ ପାଳିଲା ହୋଲି

By

Published : Mar 19, 2022, 3:30 PM IST

Updated : Mar 19, 2022, 4:18 PM IST

ଭୁବନେଶ୍ବର:ସଜେଇ ହେଲେ ଓଡ଼ିଆ । ରଙ୍ଗୀନ ହୋଇଛି ବାହାରିନ । ବାହାରିନରେ ଓଡ଼ିଆ ସମାଜ ପକ୍ଷରୁ ରଙ୍ଗର ପର୍ବ ହୋଲି ଧୁମଧାମରେ ପାଳନ ହୋଇଛି । ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ପବିତ୍ର ଦୋଳ ପୂର୍ଣ୍ଣିମା ଏବଂ ହୋଲି ବେଶ ଜାକଜମକରେ ପାଳନ ହୋଇଛି । ଯାହା ବିଦେଶୀ ମାଟିରେ ଓଡିଆ ସଂସ୍କୃତିକୁ ଅତି ସୁନ୍ଦର ଭାବରେ ପ୍ରତିଫଳିତ କରିଛି ।

HOLI 2022: ରଙ୍ଗିନ ହେଲା ବାହାରିନ, ଓଡ଼ିଆ ସମାଜ ପାଳିଲା ହୋଲି

ବିଦେଶରେ ବି ଦେଶୀ ପର୍ବ ହୋଲିକୁ ସୁନ୍ଦର ଭାବେ ପାଳନ କରିଛନ୍ତି ବାହାରିନ ଓଡ଼ିଆ ସମାଜର ସଦସ୍ୟ । ଏହି କାର୍ଯ୍ୟକ୍ରମରେ ଓଡିଆ ଲୋକ ନୃତ୍ୟ, ରଙ୍ଗ ଖେଳ ଏବଂ ସୁସ୍ବାଦୁ ଓଡିଆ ବ୍ୟଞ୍ଜନର ଉପଭୋଗ କରିଛନ୍ତି ଓଡ଼ିଆ ସମାଜର ସଦସ୍ୟ । ଛୋଟ ଛୋଟ ଶିଶୁ ମାନେ ଏହି ଉତ୍ସବ ଓ ଭାରତୀୟ ପରମ୍ପରା ଓ ସଂସ୍କୃତି ଅଧିକ ଉପଭୋଗ କରିଛନ୍ତି । ସମସ୍ତ ସଦସ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ସମଗ୍ର ବିଶ୍ବରେ ଶାନ୍ତି, ପ୍ରେମ ଏବଂ ସୌହାର୍ଦ୍ଦ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ପରସ୍ପରକୁ ରଙ୍ଗ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।

HOLI: ରଙ୍ଗିନ ହେଲା ବାହାରିନ, ଓଡ଼ିଆ ସମାଜ ପାଳିଲା ହୋଲି

ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି ଯେ 'ଏହି ପ୍ରେମ ଏବଂ ସୌହାର୍ଦ୍ଦ୍ୟର ପର୍ବ ପାଳନ କରିବା ବେଳେ ଆମେ ବିଶ୍ବ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ । ପବିତ୍ର ଦୋଳ ଉତ୍ସବ ଓ ହୋଲି ପର୍ବରେ ସମସ୍ତ ଭାରତୀୟଙ୍କୁ ଓଡିଆ ସମାଜ ପକ୍ଷରୁ ଅଜସ୍ର ଶୁଭକାମନା ଓ ଶୁଭେଚ୍ଛା ।' "ଦୋଳ ପୂର୍ଣ୍ଣିମାର ଶୁଭ କାମନା‐ ଜୀବନେ ନରହୁ ଦୁଃଖ ଜାତନା" ଏହି କାର୍ଯ୍ୟକ୍ରମରେ ଟୀକାକୃତ ସଦସ୍ୟମାନଙ୍କ ସହିତ ଉପଯୁକ୍ତ କୋଭିଡ ଗାଇଡଲାଇନ ଏବଂ ପ୍ରୋଟୋକଲ ସହିତ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି ।

HOLI: ରଙ୍ଗିନ ହେଲା ବାହାରିନ, ଓଡ଼ିଆ ସମାଜ ପାଳିଲା ହୋଲି

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 19, 2022, 4:18 PM IST

ABOUT THE AUTHOR

...view details