ଭୁବନେଶ୍ବର: କାନସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର 'ଟି' । ଭାରତର ପ୍ରଥମ କିନ୍ନର ଓଲା ଚାଳକ କିନ୍ନର ମେଘ୍ନା ସାହୁଙ୍କ ସଂଘର୍ଷର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଫିଲ୍ମଟି ଏବେ କାନସ ଫିଲ୍ମ ଫେଷ୍ଟିଭାଲରେ ଭାରତର ଏକମାତ୍ର ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି । ୭୫ ଟି ଫିଲ୍ମର ଟ୍ରେଲର ଓ ପୋଷ୍ଟର ସେଠାରେ ପ୍ରଦର୍ଶିତ ହୋଇଥିବାବେଳେ "T" ଟ୍ରେଲର ଓ ପୋଷ୍ଟର ମଧ ସେଥିରେ ସ୍ଥାନିତ ହୋଇଛି ।
ଏହାକୁ ନେଇ ମେଘ୍ନା ବେଶ ଖୁସି ପ୍ରକାଶ କରିଥିବାବେଳେ ଫିଲ୍ମର ପ୍ରଯୋଜକ ଓ ନିଦ୍ଦେଶକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାର ସୁଟିଂ ସରିଥିବା ବେଳେ ଖୁବଶୀଘ୍ର ଏହା ରିଲିଜ ହେବା ସହ ଓଡିଶାରେ ବି ଏହାର ପୋଷ୍ଟର ଓ ଟ୍ରେଲର ରିଲିଜ ହେବ ବୋଲି କହିଛନ୍ତି ମେଘ୍ନା । ତେବେ ସତ୍ୟ ଘଟଣା ଉପରେ ଆଧାରିତ ଅର୍ଥାତ ମେଘ୍ନାଙ୍କ ବାଓଗ୍ରାଫିକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବାବେଳେ ଛୋଟ ବେଳଠୁ ଆରମ୍ଭ କରି ବିବାହ ଓ ବର୍ତ୍ତମାନ ପର୍ଯ୍ୟନ୍ତ ମେଘ୍ନାଙ୍କର କାହାଣୀ ରହିଛି ।