ଓଡିଶା

odisha

ଶେଷ ରାତିର ଅଡିଓ-ପୋଷ୍ଟର ରିଲିଜ

By

Published : Jul 16, 2022, 9:52 AM IST

ଓଡିଆ ଚଳଚ୍ଚିତ୍ର ‘ଶେଷ ରାତିର’ର ଅଡିଓ ଓ ପୋଷ୍ଟର ରିଲିଜ ହୋଇଛି । ନାୟକ ଭୂମିକାରେ ନଜର ଆସିବେ ଦେବାଶିଷ ଓ ନାୟିକା ଭୂମିକାରେ ରହିଛନ୍ତି ରିୟା । ଅଧିକ ପଢନ୍ତୁ

ଓଡିଆ ଚଳଚ୍ଚିତ୍ର ଶେଷ ରାତିର ଅଡିଓ-ପୋଷ୍ଟର ରିଲିଜ
ଓଡିଆ ଚଳଚ୍ଚିତ୍ର ଶେଷ ରାତିର ଅଡିଓ-ପୋଷ୍ଟର ରିଲିଜ

ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ‘ଶେଷ ରାତିର’ର ଅଡିଓ ଓ ପୋଷ୍ଟର ରିଲିଜ ହୋଇଛି । ଅନସ୍ମିସ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ମେକିଙ୍ଗ ସରିଥିବା ବେଳେ ଭୁବନେଶ୍ବରର ଏକ ହୋଟେଲରେ ଏହାର ଅଡିଓ ଓ ପୋଷ୍ଟର ରିଲିଜ ହୋଇଯାଇଛି । ଯେଉଁଥିରେ ନାୟକ ଭୂମିକାରେ ନଜର ଆସିବେ ଦେବାଶିଷ ଓ ନାୟିକା ଭୂମିକାରେ ରହିଛନ୍ତି ରିୟା ।

ଓଡିଆ ଚଳଚ୍ଚିତ୍ର ଶେଷ ରାତିର ଅଡିଓ-ପୋଷ୍ଟର ରିଲିଜ

ଏଥିରେ ନାୟକ ଦେବାଶିଷଙ୍କ ବିପକ୍ଷରେ ତିନି ଜଣ ନାୟିକା ରହିଛନ୍ତି । ଏହା ଏକ ହରର ସିନେମା । ପ୍ରିତମ ସାହୁ ଏହାର ପ୍ରଯୋଜନାରେ ରହିଥିବା ବେଳେ ଚଳଚ୍ଚିତ୍ରର ନିଦ୍ଦେର୍ଶନା ଦେଇଛନ୍ତି ଅମର ପତି । ଆସାଦ ନିଜାମ ଫିଲ୍ମର ଗୀତଗୁଡିକୁ ଶବ୍ଦର ଚାତୁରୀରେ ବେଶ ସୁନ୍ଦର ଭାବେ ସଜେଇଛନ୍ତି । ଶଶାଙ୍କ ଏହାର କାହାଣୀ ଲେଗିଥିବା ବେଳେ ଜଣାଶୁଣା କଳାକାର ଉଷସୀ ମିଶ୍ର, ପିଣ୍ଟୁ ନନ୍ଦ କଳାକାର ଏଥିରେ ଅଭିନୟ କରିଛନ୍ତି । ଓଡିଶାର ମୌଳିକ କଥାବସ୍ତୁକୁ ନେଇ କାହାଣୀଟି ଗତିଶୀଳ ହୋଇଛି । ତେଣୁ ଓଡିଆ ଦର୍ଶକଙ୍କ ରୁଚିକୁ ଏଥିରେ ଗୁରୁତ୍ବ ଦିଆଯାଇଥିବା ବେଳେ ହଲକୁ ଆସନ୍ତୁ ଆଉ ଓଡ଼ିଆ ଫିଲକୁ ଦେଖି ପୁଣି ଥରେ ଭଲପାଇବା ଦିଅନ୍ତୁ ବୋଲି କହିଛି ପ୍ରଯୋଜନା ସଂସ୍ଥା।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details